Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

SCBରୁ ବିଚାରାଧିନ କଏଦୀ ଫେରାର, ଚୋରି ମାମଲାରେ ଜେଲ୍‌ରେ ଥିଲେ

2/06/2023 at 4:25 PM

କଟକ ୨।୬: କଟକ ଏସସିବି ମେଡ଼ିକାଲକୁ ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ ଆସିଥିବା ବିଚାରାଧିନ କଏଦୀ ଚମ୍ପଟ ମାରିବା ଘଟଣାରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏତଲା ଆଧାରରେ ଫେରାର ବିଚାରାଧିନ କଏଦୀ ସଜନ ଦାସଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତନାଘନା ଆରମ୍ଭ କରିଛି । ଗୁରୁବାର ଏସସିବି ମେଡିକାଲରେ ଶୌଚ ହେବାକୁ ଯାଇ ଅଭିଯୁକ୍ତ ସଜନ ଶାଢ଼ୀ ପିନ୍ଧି ଜଗି ରହିଥିବା ଜେଲ ଓ୍ବାର୍ଡରଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଜଗତସିଂପୁର ନାଉଗାଁ ଅଞ୍ଚଳର ସଜ୍ଜନ ଦାସ ଏକ ଚୋରି ମାମଲାରେ ନିଆଳି ଥାନା ପୋଲିସ ଦ୍ବାରା ଗିରଫ ‌ହୋଇ ଚୌଦ୍ଵାର ଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତ ମାସ ୨୮ ତାରିଖରେ ସଜନଙ୍କୁ ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ ଆଣି ଏସସିବିରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ସଜ୍ଜନଙ୍କୁ  ଜଗିବା ପାଇଁ ଜେଲର ୬ ଜଣ ଓ୍ବାର୍ଡର ନିୟୋଜିତ ହୋଇଥିଲେ ।

ତେବେ ଏହି ଘଟଣା ଉପରେ ପ୍ରତିକିୟା ରଖି କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଏହିଭଳି ଘଟଣା ଏଡ଼ାଇବା ପାଇଁ ବା ଏଭଳି ଘଟଣା ଘଟିଲେ ଅଭିଯୁକ୍ତଙ୍କ ବାବଦରେ ସୂଚନା ପାଇବା ପାଇଁ ସିସିଟିଭି ଲଗାଇବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଉଛି । ହେଲେ ଏସ୍‌ସିବି କର୍ତ୍ତୃପକ୍ଷ ଏଯାଏ ସିସିଟିଭି କ୍ୟାମେରା ଲଗାଇ ନାହାଁନ୍ତି । ତେବେ ଏନେଇ ହୋଇଥିବା ମାମଲାର ତଦନ୍ତ ଚାଲିଛି ଓ ଅଭିଯୁକ୍ତ ଶୀଘ୍ର ଗିରଫ ହେବ ବୋଲି ଡିସିପି କହିଛନ୍ତି ।  ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ଜେଲରୁ ହସ୍ପିଟାଲ ଆସୁଥିବା କଏଦୀଙ୍କ ସୁରକ୍ଷା ଦାୟିତ୍ବ ଜେଲ୍ କର୍ତ୍ତୃପକ୍ଷଙ୍କର । ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜେଲ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ସୁରକ୍ଷା ଲୋଡିଲେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ମାତ୍ର ସଜ୍ଜନଙ୍କ ଘଟଣାରେ ଜେଲ କର୍ତ୍ତୃପକ୍ଷ ପୋଲିସକୁ କିଛି ଜଣାଇନଥିଲେ ବୋଲି ଡିସିପି କହିଛନ୍ତି ।

You Can Read :

   Related Posts