ଜେଲରେ ବିଚାରଧୀନ କଏଦୀ ଗୁରୁତର, ମଦ ଜବତ ବେଳେ ଗିରଫ କରିଥିଲା ପୋଲିସ୍‌

Published By : Prameya-News7 Bureau | April 21, 2022 IST

ନୀଳଗିରି, ୨୧/୦୪: ବାଲେଶ୍ଵର ଜିଲ୍ଲା ନୀଳଗିରି ସବଜେଲରେ ବିଚାରଧୀନ କଏଦୀ ଗୁରୁତର ହୋଇଛନ୍ତି । ତାଙ୍କୁ ଜେଲ କତ୍ତୃପକ୍ଷ ନୀଳଗିରି ହସ୍ପିଟାଲକୁ ନେଇଥିବା ବେଳେ ଅବସ୍ଥା ବିଗିଡ଼ିବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ସନ୍ତରାଗଡ଼ିଆ  ଅଂଚଳର ଜଗଦୀଶ ପାଣିଗ୍ରାହୀ । ଗତକାଲି ଅବକାରୀ ବିଭାଗ ତାଙ୍କୁ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରିଥିଲା । ପରେ ମାନ୍ୟବର କୋର୍ଟ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ଜେଲକୁ ପଠାଇଥିଲେ । ତେବେ ସେ ନିଶାରେ ଅଭ୍ୟସ୍ତ ଥିବାରୁ ଆଜି ହଠାତ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.