କଏଦୀ ମାଛ ଧରିବା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 02, 2018 IST

ଆନନ୍ଦପୁର ଉପ କାରାଗାର ର କେତେକ କଏଦି ଜେଲ୍ ନିକଟରେ ଥିବା ଏକ ଗାଡିଆରୁ ମାଛ ଧରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଘଟଣାକୁ କେନ୍ଦ୍ରକରି ଜେଲ ସୁପରିଟେଣ୍ଡେଣ୍ଟ ଓ ୪ଜଣ ଓ୍ବାଡର ଙ୍କୁ ବଦଳି କରାଯାଇଛି । କିଛିଦିନ ତଳେ ଜେଲ୍ ବିଭାଗ ଅତିରିକ୍ତ ଡିଜି ବିନୟାନନ୍ଦ ଝା ଆନନ୍ଦପୁର ଜେଲ ପରିର୍ଦଶନରେ ଆସିଥିବା ସମୟରେ ତାଙ୍କ ନିକଟରେ ଏହି ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଜେଲ ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା , ଓ୍ବାଡର ମନଜା ମରୀ ନାୟକ, ଶ୍ରୀକାନ୍ତ ବିଶ୍ବାଳ , ହେଡ ଓ୍ବାଡର ରାହାସ ବିହାରୀ ମହାନ୍ତି ଓ ଡମ୍ବରୁଧର ବେହେରା ଙ୍କୁ ବଦଳି କରାଯାଇଛି । ତେବେ ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସବ୍ ଜେଲର ଏଭଳି ଏକ ଘଟଣା ଘଟିଥିବା ସ୍ବୀକାର କରିଛନ୍ତି। ଗତକାଲି ଜେଲ୍ ବିଭାଗ ମୁଖ୍ୟ କାଯ୍ୟାଳୟ ଡି.ଆଇ.ଜି ଗୋପାଳ ମଲ୍ଲିକ୍ ଏ ନେଇ ପୁରା ଘଟଣାର ତଦନ୍ତ କରିଛନ୍ତି। ତେବେ ଜେଲ କର୍ତୁପକ୍ଷ ଙ୍କ ଏଭଳି ଆଚରଣ କୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସ୍ଥାନୀୟ ବୁଦ୍ଧିଜୀବି । ଘଟଣାର ଉପଯୁକ୍ତ ତଦନ୍ତ କରି କଠୋର କାଯ୍ୟାନୁଷ୍ଠାନ ପାଇଁ ମତ ରଖିଛନ୍ତି ଆନନ୍ଦପୁର ବରିଷ୍ଠ ନାଗରିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.