ପାଟଣା ୨୬।୨: ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ (କୋର୍ସ) ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଶନିବାର ଠାରୁ ଆରମ୍ଭ ହୋଇଛି । ଶନିବାର ଓଡ଼ିଆ ଭାଷାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ୪ ନମ୍ବର ସେଟ୍ର ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରଶ୍ନପତ୍ରର ୫ ନମ୍ବର ପ୍ରଶ୍ନରେ ରାଜାଙ୍କ ‘ଦରବାର’ ବଦଳରେ ‘ଦରକାର’ ଏବଂ ୧୪ ନମ୍ବର ପ୍ରଶ୍ନରେ ‘କଳିଙ୍ଗ’ ବଦଳରେ ‘କବିଙ୍ଗ’ ଏବଂ ୮ ନମ୍ବର ପ୍ରଶ୍ନର ସରଳାର୍ଥରେ ‘ଆଖିରେ’ ବଦଳରେ ‘ଆଖିଲେ’ ଏବଂ ବିଭାଗ ସ୍ଥାନରେ ସେକ୍ସନ ମୁଦ୍ରଣ ହୋଇଛି । ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
You Can Read :
wp:embed {"url":"https://www.prameyanews7.com/microsoft-founder-bill-gates-to-visit-odisha-on-february-28/","type":"wp-embed","providerNameSlug":"prameya-news-7"} /wp:embed