କ୍ୟାବିନେଟ ମନ୍ତ୍ରୀ ସତପାଲଙ୍କ ପୁଅ ସୁୟାଶଙ୍କୁ ବିବାହ କରିବେ ଅଭିନେତ୍ରୀ ମୋହିନା, ବିବାହ ପାଇଁ ବିଶାଳ ଆୟୋଜନ

Published By : Prameya-News7 Bureau | October 14, 2019 IST

ହରିଦ୍ବାରା୧୪|୧୦: ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କ ପୁଅ ସୁୟାଶ ବିବାହ ବନ୍ଧନରେ ବାନ୍ଧି ହେବେ। ମଧ୍ୟପ୍ରଦେଶର ରେୱାର ମହାରାଜା ପୁଷ୍ପରାଜ ସିଂହ ଜୁଦେବଙ୍କ ଝିଅ ମୋହିନା ସତପାଲ ମହାରାଜଙ୍କ ଘରର ବୋହୂ ହେବେ। ଏହି ବିବାହ ଉତ୍ସବରେ ବହୁ ଅତିଥି ଉପସ୍ଥିତ ରହିବେ।

ବିବାହ ସମାରୋହ ପାଇଁ ବୈରାଗୀ କ୍ୟାମ୍ପରେ  ବିଶାଳ ମଣ୍ଡପ ନିର୍ମାଣ ହୋଇଛି। ମନ୍ତ୍ରୀଙ୍କ ପୁଅ ବିବାହକୁ ନେଇ ପୋଲିସ ଓ ପ୍ରଶାସନକୁ ଜଣାଇ ଦିଆଯାଇଛି। ଅତିଥି ପାସ୍ ମାଧ୍ୟମରେ ବିବାହ ଉତ୍ସବରେ ପ୍ରବେଶ କରିବେ। ମନ୍ତ୍ରୀଙ୍କ ପୁଅ ବିବାହ ପାଇଁ ସହରରେ ଅଧିକାଂଶ ହୋଟେଲ ବୁକ୍ କରି ଦିଆଯାଇଛି। ରବିବାର ରାତିରେ ସଂଗୀତ କାର୍ଯ୍ୟକ୍ରମରେ ଗାୟକ ଜୁବିନ୍‌ ନୌଟିୟାଲ ନିଜର ଯାଦୁ ଦେଖାଇବେ।

ମୋହିନା ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ବିବାହ ଉତ୍ସବରେ ଚଳଚିତ୍ର ଜଗତର ବହୁ କଳାକାର ମଧ୍ୟ ଉପସ୍ଥିତ ରହିବେ। ଏଥିହ ସତପାଲଙ୍କ ରାଜନୈତିକ ବନ୍ଧୁ ଓ ତାଙ୍କ ଅନୁଗାମୀମାନେ ବିବାହ ଉତ୍ସବରେ ସାମିଲ ହେବେ। ଏନେଇ ବିଶାଳ ଅୟୋଜନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.