ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସଂପର୍କରେ ବାବରଙ୍କ ବଂଶଧର ଦେଲେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ : ହୋସ ଉଡ଼ିଯିବ ଧର୍ମନିରପେକ୍ଷବାଦୀଙ୍କର
17/09/2018 at 11:08 PM

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏବେ ବି ବିବାଦୀୟ ପରିସ୍ଥିତି ଲାଗି ରହିଛି । ବାବ୍ରୀ ମସଜିଦ୍ ଭାଙ୍ଗିବା ପରେ ସେଠାରେ ମନ୍ଦିର ନା ମସଜିଦ୍ ନିର୍ମାଣ ହେବ ତାକୁ ନେଇ ଦୁଇ ଧର୍ମାବଲମ୍ୱୀଙ୍କ ମଧ୍ୟରେ କୌଣସି ସହମତି ହୋଇପାରୁନାହିଁ । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଭିନ୍ନଭିନ୍ନ ମନ୍ତବ୍ୟ ରଖିଛନ୍ତି ।
ଏଭଳି ସ୍ଥିତିରେ ନିଜକୁ ବାବର ଏବଂ ବାହାଦୁର ସାହା ଜାଫରଙ୍କ ବଂଶଜ ବୋଲି ଦାବୀ କରୁଥିବା ୟାକୁବ ହବିବୁଦ୍ଦୀନ ତୁସୀ ଏବେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ଶୁଣିଲେ ନିଜକୁ ଶ୍ରେଷ୍ଠ ଧର୍ମ ନିରପେକ୍ଷ ବୋଲି ଦାବୀ କରୁଥିବା ଲୋକଙ୍କ ହୋସ ଉଡ଼ିଯିବ ।
ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ପ୍ରସଙ୍ଗରେ ଉଭୟ ଧର୍ମାବଲମ୍ୱୀଙ୍କ ସହମତି ପାଇଁ ଅତୀତରେ ବହୁବାର ଉଦ୍ୟମ ହୋଇଛି । ତେବେ ସେଠାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠିବାମାତ୍ରେ କିଛି ସୁସଲିମ ସଙ୍ଘଠନ ଯୋରଦାର ବିରୋଧ ପ୍ରଦର୍ଶନ କରି ଆସିଛନ୍ତି । ଫଳରେ କଥା ଆଉ ଆଗକୁ ବଢ଼ିପାରେ ନାହିଁ । ତେବେ ହବିବୁଦ୍ଦୀନ ୟାକୁବ୍ ସଂପ୍ରତି ଗଣମାଧ୍ୟମରେ ରାମ ମନ୍ଦିର ପ୍ରସଙ୍ଗରେ ଯାହା କହିଛନ୍ତି ଶୁଣିଲେ ଏହି ମୁସଲିମ ସଙ୍ଗଠନ ଗୁଡ଼ିକର ମଧ୍ୟ ମୁହଁରେ ତାଲା ପଡ଼ିଯିବ ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ହବିବୁଦ୍ଦୀନ ୟାକୁବ୍ କହିଛନ୍ତି ଯେ, ଅଯୋଧ୍ୟାରେ ଯଦି ରାମ ମନ୍ଦିର ନିର୍ମାଣ ହୁଏ ତାହେଲେ ତାଙ୍କର କୌଣସି ଆପତ୍ତି ନାହିଁ । ଏପରିକି ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ସେହିଁ ସ୍ଥାପନ କରିବେ ।
ଇତିହାସର କିଛି ଅନାଲୋଚିତ ଅଧ୍ୟାୟକୁ ୟାକୁବ ଉଦାହରଣ ଆକାରରେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିରକୁ ଧ୍ୱଂସ କରି ସେଠାରେ ମସଜିଦ୍ ସ୍ଥାପନ କରିବା ବାବରଙ୍କୁ ଖୁସୀ କରିନଥିଲା । ବରଂ ସେ ହୁମାୟୁନଙ୍କୁ ଏକ ଚିଠି ଲେଖି ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ଚିଠିରେ ସେ ହୁମାୟୁନଙ୍କୁ ଲେଖିଥିଲେ ଯେ, ତାଙ୍କ ସେନାପତି ମୀରା ଓ୍ୱାକି ଅଯୋଧ୍ୟାରେ ଯେଉଁ ଘଟଣା ଘଟାଇଲା ତାହା ସମଗ୍ର ତୈମୁର ବଂଶ ପାଇଁ କଳଙ୍କ । ବାବର ତାଙ୍କ ଓ୍ୱାସିଅତରେ ମଧ୍ୟ ଲେଖିଥିଲେ ଯେ ହିନ୍ଦୁସ୍ଥାନକୁ ଶାସନ କରିବାକୁ ହେଲେ ମଠ ଆଉ ମନ୍ଦିରର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ଏଥିସହିତ ସବୁ ସଂପ୍ରଦାୟ, ଜାତି ଓ ଧର୍ମ ସହ ସମାନ ନ୍ୟାୟ କରିବାକୁ ହେବ । ବାବରଙ୍କ ଓ୍ୱାସିଅତକୁ ଯଦି ବିଚାରକୁ ନିଆଯାଏ ତାହେଲେ କୌଣସି ମୋଗଲ ଶାସକ କୌଣସି ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଚାହିଁନାହାନ୍ତି । ମୀରା ଓ୍ୱାକୀ ଯାହା କହିଛନ୍ତି ସେଥିପାଇଁ ସମସ୍ତ ହିନ୍ଦୁଙ୍କ ପାଖରେ ସେ କ୍ଷମାପ୍ରାର୍ଥୀ ବୋଲି ମଧ୍ୟ ବାବର ଲେଖିଥିବା ୟାକୁବ୍ କହିଛନ୍ତି ।
ହବିବୁଦ୍ଦୀନଙ୍କ ଏଭଳି ମନ୍ତବ୍ୟ ସ୍ପଷ୍ଟ କରିଛି ଯେ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହିଁ ନ୍ୟାୟ ସଙ୍ଗତ । କେବଳ ଏତିକି ନୁହେଁ ହବିବୁଦ୍ଦୀନ ୟାକୁବ୍ ମୁସଲିମ ପର୍ସନାଲ ଲ’ ବୋର୍ଡ ଏବଂ ଓବେସୀଙ୍କ ଉପରେ ମଧ୍ୟ ଯୋଭ ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ କୌଣସି ଆପତ୍ତି ନାହିଁ ବୋଲି ସେ କୋର୍ଟକୁ ଜଣାଇଥିବା ମଧ୍ୟ କହିଛନ୍ତି ।