ବ୍ରିଟେନ ରାଜ ପରିବାରରେ ମାରପିଟ୍, ଭାଇ ୱିଲିୟମଙ୍କ ନାଁରେ ପ୍ରିନ୍ସ ହ୍ୟାରୀଙ୍କ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | January 05, 2023 IST

ଲଣ୍ଡନ: ବ୍ରିଟିଶ ରାଜ ପରିବାରର ସାନ ରାଜକୁମାର ପ୍ରିନ୍ସ ହ୍ୟାରୀଙ୍କ ଅଟୋବାୟୋଗ୍ରାଫି ସ୍ପେୟର ଖୁବ କମ ଦିନ ଭିତରେ ପ୍ରକାଶ ପାଇବାକୁ ଯାଉଛି । ପ୍ରିନ୍ସ ହ୍ୟାରୀଙ୍କୁ ଡ୍ୟୁକ ଅଫ୍ ସସେକ୍ସ ବୋଲି ମଧ୍ୟ କୁହାଯାଏ । ନିଜ ଅଟୋବାୟୋଗ୍ରାଫିରେ ସେ ନିଜ ବଡ଼ ଭାଇ ୱିଲିୟମଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହ୍ୟାରୀ ଦାବି କରିଛନ୍ତି ଯେ ତାଙ୍କ ପତ୍ନୀ ମେଗନ ମାର୍କେଲଙ୍କୁ ନେଇ ୱିଲିୟମ ବିବାଦୀୟ ଟିପ୍ପଣୀ କରିଥିଲେ, ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଡ଼ ଝଗଡା ହୋଇଥିଲା ।

ହ୍ୟାରୀଙ୍କ କହିବା ଅନୁସାରେ ୱିଲିୟନ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଯାହାଦ୍ୱାରା ସେ ଆହତ ହୋଇଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମେଗନ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ନେଇ ଖବର ସାମନାକୁ ଆସିଛି । ମେଗନ, ରାଜ ପରିବାର ସେହି ମହିଳା ଯାହାଙ୍କୁ ବ୍ରିଟେନରେ ସବୁଠୁ ଅଧିକ ନାପସନ୍ଦ କରାଯାଉଛି ।

ପ୍ରିନ୍ସ ହ୍ୟାରୀଙ୍କ ଦାବି,' ଝଗଡା ସମୟରେ ୱିଲିୟମ ତାଙ୍କର କଲର ଧରିଥିଲେ ଏବଂ ତଳେ ପକାଇ ଦେଇଥିଲେ । ମୋର ଡ୍ରେସ ଚିରି ଯାଇଥିଲା ଏବଂ ପିଠିରେ ଆଧାତ ଲାଗିଥିଲା' । ପ୍ରିନ୍ସ ହ୍ୟାରୀଙ୍କ ଏହି ଖୁଲାସା ପରେ ରାଜ ପରିବାରରେ ହଇଚଇ ସୃଷ୍ଟି ହୋଇଛି । ଅନୁମାନ କରାଯାଉଛି ଯେ ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗ ପରେ ରାଜ ପରିବାର ଭିତରେ କିଛି ଠିକ୍ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.