ବଡ଼ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
25/12/2022 at 2:39 PM

ନୂଆଦିଲ୍ଲୀ ୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ବଡ଼ ଦିନର ଅଭିନନ୍ଦନ ଜଣାଇଛନ୍ତି। ଏହି ବିଶେଷ ଦିନଟି ସମାଜରେ ସଦଭାବ ଓ ଆନନ୍ଦକୁ ମଜଭୁତ କରୁ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରିଥିବା ବେଳେ ‘କ୍ରିସମାସ୍ର ଶୁଭକାମନା’ ଉଲ୍ଲେଖ କରିଛନ୍ତି। ଏହି ବିଶେଷ ଦିନ ଆମ ସମାଜରେ ସଦଭାବ ଓ ଖୁସି ଭବାନାକୁ ମଜଭୁତ କରୁ ବୋଲି କହିଛନ୍ତି।
Merry Christmas! May this special day further the spirit of harmony and joy in our society. We recall the noble thoughts of Lord Christ and the emphasis on serving society.
— Narendra Modi (@narendramodi) December 25, 2022
ଏହି ଅବସରରେ ପ୍ରଭୁ ଇସା ମସିହଙ୍କ ଆଦର୍ଶ, ବିଚାର ଓ ସମାଜ ସେବା ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବଡ଼ ଦିନକୁ ସାରା ବିଶ୍ୱରେ ଧୁମଧାମରେ ପାଳନ କରାଯାଏ। ଭାରତରେ ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଦିନଟିକୁ ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥାନ୍ତି। ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିୟ ଧର୍ମାବଲମ୍ବୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱରେ ବଡ ଦିନ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।