ନୂଆଦିଲ୍ଲୀ ୦୫/୦୬: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ । ବୁଧବାର (ଜୁନ୍ ୫) ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି ଇସ୍ତଫା ପତ୍ର । ରାଷ୍ଟ୍ରପତି ବି ଏହାକୁ ଗ୍ରହଣ କରିଛନ୍ତି । ତାଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମୁର୍ମୁଙ୍କ ମଧ୍ୟରେ ହୋଇଥିବା ବୈଠକର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ଏନଡିଏ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ଜୁନ୍ ୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।
Prime Minister Narendra Modi called on President Droupadi Murmu at Rashtrapati Bhavan. The Prime Minister tendered his resignation along with the Union Council of Ministers. The President accepted the resignation and requested the Prime Minister and the Union Council of Ministers… pic.twitter.com/SHIj1UMWpY
— ANI (@ANI) June 5, 2024
ବାସ୍ତବରେ, ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୪ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏଭଳି ପରିସ୍ଥିତିରେ ଏନଡିଏ ସରକାର ଗଠନ କରିବାର ଦୃୃଢ ସମ୍ଭାବନା ରହିଛି। ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରି ନାହିଁ । ଏହି କାରଣରୁ, ଏନଡିଏର ସହଯୋଗୀମାନେ ଏହାକୁ ଛାଡି ପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଯଦି ଏପରି ପରିସ୍ଥିତି ଉପୁଜେ ତେବେ ଏନଡିଏ ପୁନର୍ବାର କ୍ଷମତାକୁ ଆସିବା କଷ୍ଟକର ହେବ। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବିଷୟରେ ସବୁଠୁ ବଡ ଆଲୋଚନା ହେଉଛି। ତେବେ ଉଭୟ ନେତା ଏନଡିଏ ସହ ରହିବାକୁ ଇସାରେ ଦେଇଛନ୍ତି।