ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍‌ ସୋ, ହାତରେ ପଦ୍ମ ଧରି ପ୍ରାର୍ଥୀଙ୍କ ପାଇଁ ପ୍ରଚାର, ଜନସମୁଦ୍ର ପାଲଟିଲା ଜନପଥ

Published By : Prameya-News7 Bureau | May 10, 2024 IST

ଭୁବନେଶ୍ୱର: ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍‌ ସୋ। ରାମମନ୍ଦିର ନିକଟସ୍ଥ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ମୋଦିଙ୍କ ବିଶାଳ ରୋଡ୍‌ ସୋ’ । ମିଶନ ଭୁବନେଶ୍ୱର ଟାର୍ଗେଟ ନେଇ ମୋଦି ଓହ୍ଲାଇଛନ୍ତି ମଇଦାନକୁ । ପ୍ରଚାର କରୁଛନ୍ତି ପ୍ରାର୍ଥୀଙ୍କ ପାଇଁ ପ୍ରଚାର । ଏଥିପାଇଁ ରାଜ୍ୟ ବିଜେପି ଶିବିର ପୂରା ଉତ୍ସାହିତ । ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ ପାଇଁ ପାର୍ଟି କାର୍ଯ୍ୟାଳୟରେ ସବୁ ରାଜ୍ୟସ୍ତରୀୟ ଓ ଭୁବନେଶ୍ୱରିଆ ନେତାଙ୍କ ଛାଉଣୀ ଲାଗିଛି । ସମସ୍ତେ ଲାଗି ପଡ଼ିଛନ୍ତି, ମୋଦିଙ୍କ ଗସ୍ତରୁ ଯେଉଁ ହାୱା ସୃଷ୍ଟି ହେବ, ସେଥିରେ କେମିତି ଭୁବନେଶ୍ୱର ଦଖଲ ହେବ । 

ଶୁକ୍ରବାର ରାତି ୮ଟା ୧୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରୁ କାର୍କେଡ ବିମାନବନ୍ଦର ଟ୍ରାଫିକ୍‌ ଛକ , କ୍ୟାପିଟାଲ ହସ୍ପିଟାଲ, ଏଜି ଛକ, ପିଏମ୍‌ଜି ଛକରେ ଗାନ୍ଧିମାର୍ଗରେ ପହଞ୍ଚିଛି। ଏଠାରୁ ଗାନ୍ଧିମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ମୋଦି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲେ। ଆଉ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ବାହାରିଛି ମୋଦିଙ୍କ କାରକେଡ୍‌ । ଏହାପରେ ରାତି ପ୍ରାୟ ସାଢ଼େ ୯ଟା ବାଣୀବିହାର ଛକରେ ରୋଡ୍‌ ସୋ’ ସରିବ । ପରେ କାରକେଡ୍‌ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ମୁହାଁଇବ। 

ଆହୁରି ମଧ୍ୟ ମୋଦିଙ୍କ ସ୍ବାଗତ ପାଇଁ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧାଯାଇଛି । ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରାବାଜି ଜାରି ରହିବ । 

ତେବେ ମୋଦିଙ୍କ ସୁରକ୍ଷା ଦୃଷ୍ଟିରୁ ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ବରେ ବ୍ୟାରିକେଡ୍‌ ବନ୍ଧା ଯାଇଛି । ବ୍ୟାରିକେଡ଼ ପଛରେ ରହିବେ ହଜାର ହଜାର ମୋଦି ସମର୍ଥକ । ସୂଚନା ଅନୁଯାୟୀ, ମୋଦି ଶୁକ୍ରବାର ରାଜଭବନରେ ରାତ୍ରିଯାପନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.