LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କର୍ଣ୍ଣାଟକରେ ସବୁଜ ଉର୍ଜା ଉପରେ ଶକ୍ତି ପ୍ରଦର୍ଶନ କରିବ ଭାରତ, ପିଏମ ମୋଦୀ କରିବେ ଉଦଘାଟନ, ସାମିଲ ହେବେ ୩୦ ଦେଶର ମନ୍ତ୍ରୀ

4/02/2023 at 4:35 PM

ନୂଆଦିଲ୍ଲୀ: ନିର୍ବାଚନୀ ରାଜ୍ୟ କର୍ଣ୍ଣାଟକ ପାଇଁ ବଜେଟରେ ଭଦ୍ରା ଯୋଜନା ଅଧିନରେ ୫,୩୦୦ କୋଟି ଟଙ୍କା ଆବଣ୍ଟିତ କରାଯିବା ପରେ ଏବେ ପିଏମ ମୋଦୀ ରାଜ୍ୟର ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୬ରେ ବେଙ୍ଗାଲୁରୁରେ ଭାରତ ଉର୍ଜା ସପ୍ତାହ ୨୦୨୩ର ଉଦଘାଟନ କରିବେ । ପିଏମ ନରେନ୍ଦ୍ର ମୋଦୀ ତୁମକୁରୁରେ ଏଚଏଏଲର ହେଲିକପ୍ଟର କାରଖାନା ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ସମର୍ପଣ କରିବେ । ଏହାସହ ଅନ୍ୟ ବିକାଶ ପରିଯୋଜନା ଗୁଡିକର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଭାରତ ଉର୍ଜା ସପ୍ତାହ ୨୦୨୩ର ଉଦଘାଟନ କରିବେ । ଫେବ୍ରୁଆରୀ ୬ରୁ ୮ ଯାଏ ଆୟୋଜିତ ହେବାକୁ ଥିବା ଆଇଇଡବ୍ଲୁର ଉଦ୍ଦେଶ୍ୟ ହେଉଛି ଉର୍ଜାର କେନ୍ଦ୍ର ଭାବେ ଭାରତର ବଢୁଥିବା ଶକ୍ତିକୁ ପ୍ରଦର୍ଶ କରାଇବା । ଏହି କାର୍ଯ୍ୟକ୍ରମରେ ସାରା ଦୁନିଆରୁ ୩୦ରୁ ଅଧିକ ମନ୍ତ୍ରୀ ସାମିଲ ହେବେ । ଏହି ଆଯୋଜନ ସମୟରେ ପାରମ୍ପରିକ ଉର୍ଜା ଏବଂ ଅଣ-ପାରମ୍ପରିକ ଉର୍ଜା ଉଦ୍ୟୋଗ ସାମନାରେ ଥିବା ଆହ୍ୱାନ ଏବଂ ସୁଯୋଗ ଉପରେ ଚର୍ଚ୍ଚା କରାଯିବ ।

ଭାରତରେ ଉର୍ଜାର ଭବିଷ୍ୟତର ଆହ୍ୱାନ ଏବଂ ସୁଯୋଗ ଉପରେ ଚର୍ଚ୍ଚା କରିବା ପାଇଁ ୩୦,୦୦୦ରୁ ଅଧିକ ପ୍ରତିନିଧି, ୫୦୦ ବକ୍ତାଙ୍କ ସହ ଉର୍ଜା ପ୍ରଦର୍ଶନୀରେ ୧,୦୦୦ରୁ ଅଧିକ ଲୋକେ ଭାଗ ନେବେ । କାର୍ଯ୍ୟକ୍ରମରେ ପ୍ରଧନମନ୍ତ୍ରୀ ମୋଦୀ ବିଶ୍ୱର ତୈଳ ଏବଂ ଗ୍ୟାସ କମ୍ପାନି ଗୁଡିକର ସିଇଓମାନଙ୍କ ସହ ବୈଠକରେ ଭାଗ ନେବେ । ସବୁଜ ଉର୍ଜା କ୍ଷେତ୍ରରେ ଅନେକ ନୂଆ ଯୋଜନାର ଆରମ୍ଭ କରିବେ ।

ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଇଥେନଲ ବ୍ଲେଣ୍ଡ ପ୍ରୋଗ୍ରାମ ସରକାରଙ୍କ ଏକ ପ୍ରମୁଖ ଫୋକସ କେନ୍ଦ୍ର ରହିଛି । ସରକାରଙ୍କ ଅବିରତ ଉଦ୍ୟମ ଯୋଗୁଁ ୨୦୨୩-୨୪ ତୁଳନାରେ ବର୍ତ୍ତମାନ ଉଥେନଲ ଉତ୍ପାଦନ କ୍ଷମତା ଛଅ ଗୁଣ ବୃଦ୍ଧି ପାଇଛି । ଇଥେନଲ ବ୍ଲେଣ୍ଡ ପ୍ରୋଗ୍ରାମ ଏବଂ ଜୈବ ଇଞ୍ଜନ କାର୍ଯ୍ୟକ୍ରମ ଅଧିନରେ ଗତ ଆଠ ବର୍ଷରେ ହାସଲ କରାଯାଇଥିବା ଉପଲବ୍ଧି ବଳରେ ଭାରତରେ ଉର୍ଜା ସୁରକ୍ଷା ବଢିବା ସହ ୩୧୮ ଲକ୍ଷ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଲ ନିର୍ଗମନ ଏବଂ ବିଦେଶୀ ମୁଦ୍ରା ସଂଚୟ ସହ ଅନେତ ଲାଭ ମିଳିଛି ।  

   Related Posts