‘ଲଣ୍ଡନରେ ଭାରତ ଲୋକତନ୍ତ୍ର ଉପରେ ପ୍ରଶ୍ନ ଉଠାଯାଉଛି’, ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ
12/03/2023 at 7:43 PM

ନୂଆଦିଲ୍ଲୀ, ୧୨/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକର ହୁବଲୀ-ଧାରବାଡ଼ରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହା ପରେ ସେ ଏକ ଜନସଂଖ୍ୟାକୁ ଉଦବୋଧନ କରିଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି।
ମୋଦୀ କହିଛନ୍ତି କିଛି ଲୋକ ଲଗାତାର ଭାରତର ଲୋକତନ୍ତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି। ଭାରତ କେବଳ ବଡ଼ ଲୋକତନ୍ତ୍ର ନୁହେଁ ବରଂ ଲୋକତନ୍ତ୍ରର ଜନନୀ। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଲଣ୍ଡନରେ ଭାରତର ଲୋକତନ୍ତ୍ର ଉପରେ ପ୍ରଶ୍ନ ଉଠାଯାଉଛି। କିଛି ଲୋକ ଲଗାତାର ଭାରତର ଲୋକତନ୍ତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି।’
ପ୍ରଧାନମନ୍ତ୍ରୀ କହିଛନ୍ତି ‘ଦୁନିଆର କୌଣସି ଶକ୍ତି ଭାରତର ଲୋକତାନ୍ତ୍ରିକ ପରମ୍ପରାଙ୍କୁ କ୍ଷତି ପହଞ୍ଚାଇପାରିବନାହିଁ। ସେ କହିଛନ୍ତି ବିଜେପିର ଡବଲ ଇଞ୍ଜିନ୍ ସରକାର କର୍ଣ୍ଣାଟକର ସବୁ ଜିଲ୍ଲା, ସବୁ ଗାଁ, ସବୁ ସହରକୁ ସଂପୂର୍ଣ୍ଣ ଭାବରେ ବିକାଶ ପାଇଁ ସଚ୍ଚୋଟତାର ସହ ପ୍ରୟାସ କରୁଛି। ’
ଏହା ପୂର୍ବରୁ ପିଏମ ମୋଦୀ ରବିବାର ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସଓ୍ବେ ଲୋକାର୍ପଣ କରିବା ପରେ କହିଥିଲେ ‘କଂଗ୍ରେସ ମୋର କବର ଖୋଳିବାରେ ବ୍ୟସ୍ତ। ଯେତେବେଳେକି ମୁଁ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସଓ୍ବେ ତିଆରି ପରେ ଗରିବଙ୍କ ଜୀବନଶୈଳୀକୁ ଉତ୍ତମ କରିବାରେ ବ୍ୟସ୍ତ। ସେ କହିଥିଲେ ଏମାନଙ୍କୁ ଜଣା ନାହିଁ ଯେ ଦେଶର କୋଟି କୋଟି ମାଆ ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କ ବଡ଼ ସୁରକ୍ଷା କବଚ।’