scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ: ୯ ବର୍ଷରେ ବଦଳିଛି ଭାରତର ଚିତ୍ର, ଆର୍ଥିକ ସମୃଦ୍ଧିର ଶିଖରରେ ଦେଶ

18/08/2023 at 8:44 PM

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍ ମିଡିଆ ସାଇଟ୍‌ ଲିଙ୍କ୍‌ଡିନରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭାରତର ଅର୍ଥନୈତିକ ସ୍ଥିତି ଉତ୍ତମ ସ୍ଥାନରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ନିକଟରେ ହୋଇଥିବା ଦୁଇଟି ଗବେଷଣା ରିପୋର୍ଟକୁ ଆଧାର କରି ମୋଦୀ ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ମଜଭୁତ ହୋଇଥିବା ଦର୍ଶାଇ ଖୁସୀ ବ୍ୟକ୍ତ କରିଛନ୍ତି। ତାଙ୍କ ପୋଷ୍ଟରେ ସେ ଏସବିଆଇ ରିସର୍ଚ୍ଚ ରିପୋର୍ଟ ଓ ସାମ୍ବାଦିକ ଅନିଲ ପଦ୍ମନାଭନଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ରିପୋର୍ଟର କିଛି ଅଂଶକୁ ମଧ୍ୟ ଶେୟାର କରିଛନ୍ତି।

ପଢ଼ନ୍ତୁ-ଚଳିତ ତ୍ରୈମାସିକରେ ୬ ପ୍ରତିଶତ ଉପରେ ରହିପାରେ ମୁଦ୍ରାସ୍ଫୀତି: ଆରବିଆଇ ବୁଲେଟିନ୍‌

ଗତ ୯ ବର୍ଷରେ ଏତିକି ବଢ଼ିଛି ହାରାହାରି ଆୟ

ଗବେଷଣା ରିପୋର୍ଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଯେ ଭାରତ ସାମୂହିକ ସମୃଦ୍ଧି ସହିତ ଉଲ୍ଲେଖନୀୟ ଅଗ୍ରଗତି କରୁଛି ବୋଲି ଏହା ଏକ ସଂକେତ। ଏସବିଆଇ ରିସର୍ଚ୍ଚରେ ଆୟକର ରିଟର୍ଣ୍ଣ (ଆଇଟିଆର) ଅନୁଯାୟୀ, ଗତ ୯ ବର୍ଷ ମଧ୍ୟରେ ଭାରତୀୟଙ୍କ ହାରାହାରି ଆୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୨୦୧୪ ଆର୍ଥିକ ବର୍ଷ (FY14) ରେ ଆୟ ୪.୪ ଲକ୍ଷ ଟଙ୍କା ଥିଲା, ଯାହା ୨୦୨୩ ବେଳକୁ ୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅନୀଲ ପଦ୍ମନାଭନଙ୍କ ଗବେଷଣା ରିପୋର୍ଟରେ ଆଇଟିଆର ତଥ୍ୟ ଅଧ୍ୟୟନ କରି ବିଭିନ୍ନ ଆୟ ବର୍ଗରେ ଟିକସ ଆଧାରର ବିସ୍ତାର ଦେଖାଯାଇଛି ବୋଲି ମୋଦୀ କହିଛନ୍ତି।

ଆଇଟିଆର୍ ପାଇଲିଂରେ ୪ ଗୁଣା ବୃଦ୍ଧି

ଗବେଷଣାରେ ପ୍ରତ୍ୟେକ ବ୍ରାକେଟ୍‌ରେ ଟିକସ ଦାଖଲ (ITR ଫାଇଲ୍) ରେ ସର୍ବନିମ୍ନ ତିନି ଗୁଣ ବୃଦ୍ଧି ଘଟିଥିବା ବେଳେ କେତେକ କ୍ଷେତ୍ରରେ ପ୍ରାୟ ଚାରି ଗୁଣ ବୃଦ୍ଧି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ଠାରୁ ୨୦୨୩ ପର୍ଯ୍ୟନ୍ତ ଆୟକର ଦାଖଲ ନେଇ ରିପୋର୍ଟ ମଧ୍ୟ ଶେୟାର କରିଛନ୍ତି।  

ଆୟକର ପୈଠରେ ବଢ଼ିଛି ରାଜ୍ୟ ଭାଗ୍ୟଦାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଲିଙ୍କ୍‌ଡିନ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ୨୦୧୪ରୁ ୨୦୨୩ ମଧ୍ୟରେ ଆୟକର ପୈଠକୁ ତୁଳନା କଲେ ଜଣାପଡ଼େ ଯେ ସମସ୍ତ ରାଜ୍ୟରେ ଆୟକର ପୈଠ ବୃଦ୍ଧି ପାଇଛି। ଯାହା ଦେଶ ପାଇଁ ଏକ ଆଶାଜନକ ଚିତ୍ର। ଆୟକର ପୈଠର ସଂଖ୍ୟା ଲୋକଙ୍କ ସମୃଦ୍ଧିକୁ ସୂଚାଉଛି। ଗବେଷଣା ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ ITR ଦାଖଲ କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ପ୍ରଦର୍ଶନ କରିଛି। ଜୁନ୍ ୨୦୧୪ ରେ, ଉତ୍ତରପ୍ରଦେଶରେ ୧.୬୫ ଲକ୍ଷ ITR ଦାଖଲ କରାଯାଇଥିବା ସୂଚନା ମିଳିଥିଲା। କିନ୍ତୁ ଜୁନ୍ ୨୦୨୩ ସୁଦ୍ଧା ଏହି ସଂଖ୍ୟା ୧୧.୯୨ ଲକ୍ଷକୁ ବୃଦ୍ଧି ପାଇଛି ବୋଲି ମୋଦୀ ଲେଖିଛନ୍ତି।

ଏହି ଖବର ବି ଫଢ଼ନ୍ତୁ-RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ସହଜରେ ଜାଣିହେବ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌

ଏସ୍‌ବିଆଇର ଗବେଷଣା ରିପୋର୍ଟରେ ଏକ ଉତ୍ସାହଜନକ ସୂଚନା ମିଳିଛି। କେବଳ ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ନୁହେଁ, ଆମର ଛୋଟ ରାଜ୍ୟ ମଧ୍ୟ ଏବଂ ଉତ୍ତର ପୂର୍ବରାଜ୍ୟ ଯଥା-  ମଣିପୁର, ମିଜୋରାମ ଏବଂ ନାଗାଲାଣ୍ଡ ମଧ୍ୟ ଗତ ୯ ବର୍ଷରେ  ITR ଦାଖଲକୁ ୨୦% ରୁ ଅଧିକ ବୃଦ୍ଧି କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ ଏହି ସମୟ ମଧ୍ୟରେ କେବଳ ଲୋକଙ୍କ ଆୟ ବୃଦ୍ଧି ହୋଇନାହିଁ, ବରଂ ଦେଶରେ ଟିକସ ନିୟମର ଅନୁପାଳନରେ ମଧ୍ୟ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବଢ଼ୁଥିବା ସମୃଦ୍ଧି ଜାତୀୟ ପ୍ରଗତି ପାଇଁ ଶୁଭ ସଂକେତ। ନିଃସନ୍ଦେହରେ ଆମେ ଏହା କହିପାରିବା ଯେ ଆମେ ଆର୍ଥିକ ସମୃଦ୍ଧିର ଏକ ନୂଆ ଯୁଗର ଶିଖରରେ ଆମେ ଛିଡ଼ା ହେଇଛୁ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଆମେ ୨୦୧୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଛୁ।

ପଢ଼ନ୍ତୁ-UAEରୁ ଭାରତ ଟଙ୍କାରେ କିଣିଲା ତୈଳ, ଡଲାରର ବଡ଼ଭାଇପଣିଆରେ ଲାଗିଲା ପ୍ରଶ୍ନ ଚିହ୍ନ  

ଏସବିଆଇ ରିସର୍ଚ୍ଚ ଅନୁଯାୟୀ, ମୁଣ୍ଡପିଛା ଆୟ ୨୦୪୭ ସୁଦ୍ଧା ୨୦୨୩ରେ ଥିବା ପ୍ରତି ବ୍ୟକ୍ତି ଆୟ ୨ ଲକ୍ଷରୁ ବଢ଼ି ୧୪.୯ ଲକ୍ଷ ହୋଇଯାଇଥିବ। ସେହିପରି ରିସର୍ଚ୍ଚ ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୪୭ ସୁଦ୍ଧା ITR ଦାଖଲ କରୁଥିବା ୨୫ ପ୍ରତିଶତ ସବୁଠାରୁ କମ୍ ଆୟକରୁଥିବା ବର୍ଗରୁ ବାହାରକୁ ବାହାରିବେ।

   Related Posts