suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବବିନ୍ଧାଣୀଙ୍କ ପୂଜାରେ ‘ବିଶ୍ବକର୍ମା’ ଯୋଜନାର ଶୁଭାରମ୍ଭ; ଖର୍ଚ୍ଚ ହେବ ୧୩ ହଜାର କୋଟି

17/09/2023 at 3:02 PM

ନୂଆଦିଲ୍ଲୀ: କଳାକାର ଏବଂ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ବିଶ୍ୱକର୍ମା ଯୋଜନା । ବିଶ୍ବବିନ୍ଧାଣୀଙ୍କ ପୂଜାରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରଯାଇଛି । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବିଶ୍ବକର୍ମା ଯୋଜନାରେ କୌଳିକ ବୃତ୍ତି କରୁଥିବା ବିଶ୍ବକର୍ମା ଉପକୃତ ହେବେ ।

ଏହି ଯୋଜନାରେ ପଞ୍ଜିକୃତ ହସ୍ତଶିଳ୍ପୀମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଇଡି କାର୍ଡ ପ୍ରଦାନ କରାଯିବ । ସେମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କାର ଟୁଲକିଟ୍ ପ୍ରଦାନ କରାଯିବ । ଏଥିସହ ୫ପ୍ରତିଶତ ସୁଧରେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ।

ଏହି ଅବସରେ ଓଡ଼ିଶାରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର କପିଳେଶ୍ୱର ଅଂଚଳର କଳାକାର ଏବଂ ହସ୍ତଶୀଳ୍ପୀଙ୍କୁ ଭେଟିଛନ୍ତି ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ସେମାନଙ୍କ ସହ ଆଲୋଚନା କରିବା ସହ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । କୁମ୍ଭାର ଓ ପଥର କାମ କରୁଥିବା ହସ୍ତଶିଳ୍ପୀଙ୍କୁ ପରମ୍ପରାକୁ ବଜାଇ ରଖିବାକୁ ଏହି ଯୋଜନା କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

   Related Posts