ଆରମ୍ଭ ହେଲା ୱାନ ନେସନ ୱାନ କାର୍ଡ ସ୍କିମ୍‌, ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | March 05, 2019 IST

wp:heading {"level":5}
ଅହମଦାବାଦ ୫|୩: ବିଭିନ୍ନ ବ୍ୟାଙ୍କ ଏବେ ନୂଆ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଜାରି କରିବେ । ଏହି ନୂଆ କାର୍ଡରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ଫିଚର (National Common Mobility Card Featute) ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଅନେକ ଚେଷ୍ଟା ପରେ ଗୋଟେ ଦେଶ-ଗୋଟେ କାର୍ଡ ଯୋଜନା ହୋଇପାରିଛି ବୋଲି ମୋଦି କହିଛନ୍ତି। ଅହମଦାବାଦରେ ହୋଇଥିବା ରାଲିରେ ଏହି କାର୍ଡର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।
/wp:heading {"id":90850,"width":594,"height":396}
wp:heading {"level":5}
ଏହି କାର୍ଡ ଦ୍ୱାରା ଏବେ ଏଟିଏମରୁ ଟଙ୍କା ଉଠାଣ ସହ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଇପାରିବ। ସବୁ ବ୍ୟାଙ୍କର କ୍ରେଡିଟ୍‌ ଓ ଡେବିଟ୍ କାର୍ଡରେ ଗୋଟେ ଖାସ ଫିଚର ଯୋଡା ଯିବ। ଟିକେଟ କାଉଁଣ୍ଟର, ମେଟ୍ରୋ ରେଲସ୍ମାର୍ଟ କାର୍ଡରେ ମଧ୍ୟ ଏହି କାର୍ଡର ବ୍ୟବହାର କରାଯାଇପାରିବ।
/wp:heading {"id":90851,"width":593,"height":318}
wp:heading {"level":5}
ନରେନ୍ଦ୍ର ମୋଦି କହିଛନ୍ତି ଯେ ଯାତ୍ରା କରିବା ସମୟରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ। ଦେଶବାସୀଙ୍କ ସୁବିଧା ପାଇଁ ଏହି ଅଟୋମେଟିକ ଫେୟର କଲେକ୍‌ଶନ ସିସଟମ୍‌ର ସୁବିଧା କରାଯାଇଛି। ପ୍ରଥମେ ଭାରତ ଏହି ଟେକ୍‌ନୋଲୋଜି ପାଇଁ ବିଦେଶ ଉପରେ ନିର୍ଭର କରୁଥିଲା। ସୂଚନାଯୋଗ୍ୟ ଯେ, ଏବେ ଏଭଳି କାର୍ଡ କେବଳ ସିଙ୍ଗାପୁର ଓ ଲଂଡନରେ ବ୍ୟବହାର କରାଯାଉଛି।
/wp:heading {"id":90852,"width":597,"height":448}

ତେବେ ଏହି ରାଲିରେ ନରେନ୍ଦ୍ର ମୋଦି ଏୟାରଷ୍ଟ୍ରାଇକ୍‌କୁ ନେଇ ପ୍ରଶ୍ନ ଉଠାଇବା ଲୋକଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଦେଶର ଦୁର୍ଭାଗ୍ୟ ଏହା ଯେ କିଛି ଭାଷଣବାଜୀ କରୁଥିବା ନେତାଙ୍କୁ ପାକିସ୍ତାନର ଖବରକାଗଜର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳେ। ଏଥି ମଧ୍ୟରେ ସେ ନାହାନ୍ତି। ଗତ ୪୦ ବର୍ଷ ହେଲା ଆତଙ୍କବାଦୀମାନେ ବିଭିନ୍ନ ସମୟରେ ଭାରତ ଉପରେ ବୋମା ବର୍ଷା କରିଆସୁଛନ୍ତି। ହେଲେ ରାଜନେତାମାନେ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଏବେ ନିଜ ଦେଶ ଉପରେ ଆକ୍ରମଣ ହେବାକୁ ଦେବେ ନାହିଁ, ଆକ୍ରମଣ ହେବା ପୂର୍ବରୁ ଘରେ ପସି ମାରିବେ ଓ ପ୍ରତିଶୋଧ ନେବେ।         

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.