ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭେଟି ଦେବେ ୧୯,୬୦୦ କୋଟି ଟଙ୍କାର ପ୍ରକଳ୍ପ

Published By : Prameya-News7 Bureau | March 04, 2024 IST

ଭୁବନେଶ୍ଵର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଣ୍ଡିଖୋଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥି ସହ ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଟିମ୍, ଯାଜପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଗ୍ରହଣ କରାଯାଇଛି ।

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାକୁ ୧୯ହଜାର ୬ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେବେ ମୋଦି । ଚଣ୍ଡିଖୋଲରେ କରିବେ ବିଶାଳ ସମାବେଶ । ଆସନ୍ତାକାଲି ଅପରାହ୍ଣ ୨ଟା ୪୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ଅପରାହ୍ଣ ୩ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।

{"id":917110,"sizeSlug":"full","linkDestination":"none"}

ଏହି ଅବସରରେ  ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏସବୁ ଭିତରେ ରହିଛି ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ । ୧୬୨ କିଲୋମିଟର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ଦୋହରୀକରଣର ଉଦ୍ଘାଟନ । କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ ।

କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳର ଶୁଭାରମ୍ଭ । ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ । ଏଥି ସହ ଚଣ୍ଡିଖୋଲ ପାରଦୀପ ୮ଥାକିଆ ଜାତୀୟ ରାଜପଥର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିଭଳି ଅପରାହ୍ଣ ୩ଟା ୩୦ମିନିଟ୍ରେ ସେଠାରେ ଆୟୋଜିତ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ମୋଦୀ। 

{"id":917111,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରୀୟ ସୁରକ୍ଷା ଟିମ୍, ଯାଜପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଗ୍ରହଣ କରାଯାଇଛି । ସେଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ଆଜି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଅବତରଣ କରିଥିଲା । ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳରେ ୩ହଜାର ପାଲିସ ଫୋର୍ସ ମୁତୟନ କରାଯାଇଛି ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି ନେତା ଓ କର୍ମୀ । ସେପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତକୁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି ଲୋକେ । ମୋଦିଙ୍କ ସଭାରେ ୨ଲକ୍ଷରୁ ଅଧିକ ଲୋକ ଯୋଗଦେବେ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.