scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଡ଼ ଗଣେଶଙ୍କ ଦର୍ଶନ, ଖୋଲା ଜିପ୍‌ରେ ଯାତ୍ରା…ଇନ୍ଦୋରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେଗା ରୋଡ୍ ଶୋ’

14/11/2023 at 10:54 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଶାଜାପୁରରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦୋରେ ବଡ଼ ରୋଡ୍ ଶୋ’ କରିଛନ୍ତି । ରୋଡ୍ ଶୋ’ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଇନ୍ଦୋରର ବଡ଼ ଗଣେଶ ମନ୍ଦିର ପହଞ୍ଚିଥିଲେ । ଏଠାରେ ସେ ପୂଜାର୍ଚ୍ଚନା କରିବା ପରେ ଖୋଲା ଜିପ୍‌ରେ ଆଗକୁ ବଢିଥିଲେ । ପିଏମ୍ ମୋଦୀଙ୍କ ଏହି ରାଲି ପ୍ରାୟ ଆଢେଇ କିଲୋମିଟର ଲମ୍ୱା ଥିଲା । ପ୍ରଧାନମନ୍ତ୍ରୀ ଖୋଲା ଜିପ୍‌ରେ ଯାତ୍ରା କରି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅଭିବାଦନ ଜଣାଇଥିଲେ ।

ପିଏମ୍ ମୋଦୀଙ୍କ ରୋଡ୍ ଶୋ’କୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଜେପି ନେତାଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିଛି ନେତାଙ୍କୁ ପିଏମ୍‌ଙ୍କ ସ୍ୱାଗତ ଦାୟିତ୍ୱ ଦିଆଯାଇଥିଲା । ଅନ୍ୟ କିଛିଙ୍କୁ ବଡ଼ ଗଣେଶ ଓ ରାଜୱାଡେରେ ସ୍ୱାଗତ ଦାୟିତ୍ୱ ଦିଆଯାଇଥିଲା । ବଡ଼ ଗଣେଶ ମନ୍ଦିରରେ କୈଳାଶ ବିଜୟବର୍ଗୀୟ, ସାଂସଦ ଶଙ୍କର ଲାଲବାଣୀ, ପୂର୍ବତନ ସାଂସଦ ସୁମିତ୍ରା ମହାଜନଙ୍କ ସହ ଅନ୍ୟ ନେତା ଉପସ୍ଥିତ ଥିଲେ ।

ରୋଡ୍ ଶୋ’ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଅନ୍ୟପଟେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକ ପିଏମ୍ ମୋଦୀଙ୍କୁ ଫୁଲ ପକାଇ ସ୍ୱାଗତ କରିଥିଲେ । ପ୍ରାୟ ଏକ ଘଣ୍ଟା ଯାଏ ରୋଡ୍ ଶୋ’ ଚାଲିଥିଲା ।

ଇନ୍ଦୋରରେ ରୋଡ୍ ଶୋ’ ପୂର୍ବରୁ ଶାଜାପୁରରେ ରାଲିକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ୍ ଉପରେ ବର୍ଷିଥିଲେ । ପିଏମ୍ କହିଥିଲେ ଯେ କଂଗ୍ରେସ କେବଳ ନିଜ ପୁଅ ଓ ପରିବାରର ଚିନ୍ତା କରୁଛି । ରାଜ୍ୟର ଜନତାଙ୍କ ସୁଖ ଦୁଃଖରେ ଏମାନଙ୍କ କିଛି ଯାଏ ଆସେ ନାହିଁ । ଦେଉଥିବା ପ୍ରତିଶ୍ରୁତିକୁ ମଧ୍ୟ କେବେ ପୂରଣ କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣଙ୍କ ସ୍ୱପ୍ନ ହିଁ ମୋଦୀ ସରକାରଙ୍କ ସଂକଳ୍ପ ଅଟେ । ସମସ୍ତଙ୍କ ସ୍ୱପ୍ନ ସେତେବେଳ ବାସ୍ତବ ହେଲେ ଯେତେବେଳେ ଭାରତ ବିକଶିତ ହେବ । ଏଥିପାଇଁ ମଧ୍ୟ ପ୍ରଦେଶ ବିକଶିତ ହେବା ଦରକାର । କଂଗ୍ରେସ କେବେ ବି ମଧ୍ୟ ପ୍ରଦେଶରେ ଦ୍ରୁତ ବିକାଶର ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ।  

Also Read: କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍‌: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପମାନଜନ ଚିତ୍ରଣ କରାଯାଇଥିବା ଅଭିଯୋଗ

   Related Posts