‘ଏକ୍ସ’ରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳିର ସୁଅ, ମନେ ପକାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 05, 2024 IST

ଭୁବନେଶ୍ବର ୩: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଏହି ଅବସରରେ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସୋସିଆଲ ମିଡିଆ ‘ଏକ୍ସ’ରେ ମଧ୍ୟ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି । ବିଜୁ ବାବୁଙ୍କୁ ମନେ ପକାଉଛନ୍ତି ଅନେକ ବରିଷ୍ଠ ।

ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ଵ ପିଢି ପରେ ପିଢିଙ୍କୁ ପ୍ରେରଣା ଯୋଗାଏ । ଦେଶ ପାଇଁ ତାଙ୍କ ଅବଦାନ ଓ ବିକାଶ ପାଇଁ ପ୍ରତିବଦ୍ଧତା ଉଦାହରଣ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିକାଶ ପୁରୁଷଙ୍କ ଅବଦାନକୁ ମନେ ପକାଇ ଓଡ଼ିଆ ଜାତୀୟତାର ପରିଚୟକୁ ଆହୁରି ଗୌରବାନ୍ଵିତ କରିବା ସହ ନୂଆ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପଞ୍ଚାୟତିରାଜ ଦିବସ ତଥା ଓଡ଼ିଶା ମାଟିର ସ୍ୱାଭିମାନର ପ୍ରତୀକ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରଗତି ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ।

You Can Read :

wp:embed {"url":"https://www.prameyanews7.com/cm-naveen-patnaik-pays-tribute-to-legendary-leader-biju-patnaik-on-his-108th-birth-anniversary/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-naveen-patnaik-pays-tribute-to-legendary-leader-biju-patnaik-on-his-108th-birth-anniversary/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.