ରବିବାର ଏମ୍ସ କଲ୍ୟାଣୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏ ପର୍ଯ୍ୟନ୍ତ ଅନୁମତି ଦେଇ ନାହାନ୍ତି ମମତା ସରକାର

Published By : Prameya-News7 Bureau | February 24, 2024 IST

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ସ୍ଵାସ୍ଥ୍ୟ, ସଡ଼କ, ରେଳ, ଉର୍ଜା ଓ ପର୍ଯ୍ୟଟନ ସମ୍ବନ୍ଧିତ ୫୨,୨୫୦ କୋଟି ଟଙ୍କାରୁ ଅଧିକ ବିକାଶ ପ୍ରକଳ୍ପର ଶୁଭ ଉଦଘାଟନ କରିବେ। ଏହି ପ୍ରକଳ୍ପ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର କଲ୍ୟାଣୀରେ ନିର୍ମିତ ଏମ୍ସ ହସ୍ପିଟାଲକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ।  ମାତ୍ର ପଶ୍ଚିମବଙ୍ଗ ସରକାର ପକ୍ଷରୁ ଏହାର ଅନୁମତି ମିଳିନାହିଁ। ଏହାର ନିର୍ମାଣ ପରିବେଶ ମଞ୍ଜୁରୀ ବିନା କରାଯାଇଥିବା ପଶ୍ଚିମବଙ୍ଗ ସରକାର କହିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ଅନୁଯାୟୀ, ୨୦ ହଜାର ବର୍ଗ ମିଟରରୁ ଯେ କୌଣସି ବଡ଼ ପ୍ରକଳ୍ପ ପାଇଁ ପ୍ରଥମେ ପରିବେଶ ମଞ୍ଜୁରୀ ନେବା ଜରୁରୀ।

wp:heading {"level":4}

Also read- କୃଷକ ଆନ୍ଦୋଳନ: କିଛି ଆକାଉଣ୍ଟ ବ୍ଲକ୍ କରିବାକୁ ‘ଏକ୍ସ’କୁ ସରକାରଙ୍କ ନିର୍ଦ୍ଦେଶ: ଅସହମତି ବ୍ୟକ୍ତ କରି ଗ୍ରାହକଙ୍କୁ ନୋଟିସ୍ କଲା କମ୍ପାନୀ

/wp:heading

ଏମିତି ପ୍ରକଳ୍ପ ପାଇଁ ଦୁଇଟି ଏଜେନ୍ସି ରାଜ୍ୟ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି(ଏସଇଏସି) ଓ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ଏସଇଆଇଏଏ)ଠୁ ମଞ୍ଜୁରୀ ମିଳିବାର ଆବଶ୍ୟକତା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କଲ୍ୟାଣ ରୁଦ୍ର କହିଛନ୍ତି, କଲ୍ୟାଣୀରେ ଏମ୍ସର ନିର୍ମାଣ କରୁଥିବା ନିର୍ମାଣକାରୀ ସଂସ୍ଥା ପ୍ରଥମ ଥର ୨୦୨୨ ଅକ୍ଟୋବର ୬ରେ ପରିବେଶ ପୋର୍ଟାଲ ମାଧ୍ୟମରେ ଏସଇଆଇଏଏ ପାଇଁ ଆବେଦନ କରିଥିଲା। ତେବେ ଆବେଦନ କରିବା ପୂର୍ବରୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ଅକ୍ଟୋବର ୧୯ରେ ଏସଇଏସି କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ର ପାଳନ କରି ନିର୍ମାଣକାରୀ ସଂସ୍ଥା ବିରୋଧରେ ୧୫ କୋଟି ଟଙ୍କା ଜରିମାନା ଲଗାଇଥିଲା।

୧୦୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେଉଥିବାରୁ ୦.୫ ପ୍ରତିଶତ ପରିବେଶ କ୍ଷତି ବାବଦରେ ଜରିମାନା ଲଗାଯାଇଥିବା ଅଧିକାରୀ କହିଛନ୍ତି। ପରେ ଏହାକୁ ୧ ପ୍ରତିଶତ କରାଯାଇ ଜରିମାନା ବାବଦରେ ୧୫.୧ କୋଟି ପୈଠ କରିବାକୁ କୁହାଯାଇଥିଲା। ୨୦୨୩ ସେପ୍ଟେମ୍ବରରେ ନିର୍ମାଣକାରୀ ସଂସ୍ଥା ଏଥିରେ କୋହଳ ପାଇଁ ଏସଇଆଇଏଏ ନିକଟରେ ଆବେଦନ କରିଥିଲା। ଏହା ବହୁତ ବଡ଼ ଓ ପ୍ରତିଷ୍ଠିତ ଜନହିତ ପ୍ରକଳ୍ପ ଥିବାରୁ ଏସଇଆଇଏଏ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମତାମତ ଲୋଡ଼ିଥିଲା। ଯେଉଁଥିରେ ମନ୍ତ୍ରଣାଳୟ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ପରିବେଶ ମଞ୍ଜୁରୀ ମିଳିବା ବାଧ୍ୟତାମୂଳକ ଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ହେଁ, ନିର୍ମାଣକାରୀ ସଂସ୍ଥାକୁ ଆଶ୍ଵସ୍ତି ମିଳି ନ ଥିଲା। ତେବେ ଏହାର ନିର୍ମାଣ ପୂରା ହୋଇ ସାରିଛି। ଆଉ ଏହାର ଉଦଘାଟନକୁ ଅନୁମତି ଦେଇ ନାହାନ୍ତି ମମତା ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.