ଫେବ୍ରୁଆରୀ ଶେଷ ସୁଦ୍ଧା ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଜନସଭାକୁ କରିବେ ସମ୍ୱୋଧନ

Published By : Prameya-News7 Bureau | February 20, 2024 IST

ଭୁବନେଶ୍ୱର: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ରହିଛି । ଏଥିପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ମୈଦାନକୁ ଓହ୍ଲାଇଲେଣି । ବିଜେପିର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ । ଚଳିତ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି ।

ଫେବ୍ରୁଆରୀ ୨୮ ତାରିଖ ପାଖାପାଖି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଖୁବ୍ ଶୀଘ୍ର ଚୂଡାନ୍ତ ତାରିଖ ଧାର୍ଯ୍ୟ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୩ରେ ଓଡ଼ିଶା ଗସ୍ତ କରିଥିଲେ । ଏହି ଅବସରରେ ସେ ସମ୍ୱଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବା ସହ ରେମେଡ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଥିଲେ । ଏଠାରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜାନକୁ ଉଲ୍ଲେଖ କରିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏବଂ ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି ।

ପଢନ୍ତୁ: ରେମେଡ଼ ପଡ଼ିଆରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି

ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୀତିକ ଦଳ ନିଜ ପ୍ରସ୍ତୁତିକୁ ଜୋରଦାର କରିବା ଆରମ୍ଭ କରିଛନ୍ତି । ନୂଆ ନେତାଙ୍କୁ ନିଜ ଯୋଡ଼ି ଶକ୍ତି ପ୍ରଦର୍ଶନ କରୁଛନ୍ତି ତ, ଶାସକ ଦଳମାନେ ନିଜ କାମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟର ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଅସି ମୁଖ୍ୟ ନିର୍ବାଚନ କମିଶନର ମଧ୍ୟ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.