ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଟ୍ଵିଟ୍ କରି କହିଲେ…
27/12/2022 at 8:58 PM

ବରଗଡ: ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଜିଠୁ ଆରମ୍ଭ ହୋଇ ଯାଇଛି। ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ବରଗଡ଼ ଧନୁଯାତ୍ରା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଟ୍ଵିଟ୍ କରି ଲେଖିଛନ୍ତି ଭବ୍ୟ ଧନୁଯାତ୍ରା ଓଡ଼ିଶାର ସଂସ୍କୃତି ସହ ଜଡ଼ିତ । ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ।
ଭବ୍ୟ ଧନୁଯାତ୍ରା ଓଡ଼ିଶାର ସଂସ୍କୃତି ସହ ଜଡ଼ିତ । ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ ।
— Narendra Modi (@narendramodi) December 27, 2022
ବରଗଡ଼ ଲୋକ ସଭା ସାଂସଦ ସୁରେଶ ପୁଜାରୀ ଏହି ଉଦଘାଟନୀ ଉତ୍ସବରେ ସାମିଲ ହୋଇ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ,ଜିଲାପାଳ ମନୀଷା ବାନାର୍ଜୀ ,ଏସ୍ପି ପି ସ୍ମିତ ପର୍ମାର ,ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଦୁଇ ବର୍ଷର କରୋନା କଟକଣାର ବ୍ୟବଧାନ ପରେ ଏଥର ଧନୁଯାତ୍ରା ୭୫ ତମ ବର୍ଷ ହୀରକ ଜୟନ୍ତୀ ପାଳନ କରୁଥିବା ବେଳେ ପ୍ରାୟ ୫ ରୁ ୬ ଲକ୍ଷ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିବ। ତା ସହିତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଭିଆଇପି ଅତିଥିଙ୍କ ଆଗମନ ରହିଛି। ତାକୁ ଆଖି ଆଗରେ ରଖି ପୋଲିସ ବ୍ୟବସ୍ଥା କଡା କଡି କରାଯାଇଛି। ବିଭିନ୍ନ ଅପରାଧୀ ,ସନ୍ଦିଗ୍ଧ ବ୍ୟକ୍ତି ଓ ଅସାମାଜିକ ଲୋକଙ୍କ ଉପରେ ନଜର ରଖିବା ପାଇଁ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।ଜଣେ ଏପସି, ୬ ଜଣ ଡିଏସପି, ୧୪ ଜଣ ଇନିସ୍ପେକ୍ଟର, ୩୮ ସବ ଇନ୍ସପେକ୍ଟର, ୬୬ ଜଣ ଏଏସଆଇ,୧୮ଜଣ ହାବିଲଦାର, ୧୧୬ ଜଣ କନଷ୍ଟେବଲ, ୧୭୦ ହୋମ ଗାର୍ଡ , ୧୦ ପ୍ଲାଟୁନ ଓ ୨ ସେକ୍ସନ ଫୋର୍ସ ସହ ୧ ୟୁନିଟ DVF ଫୋର୍ସ ମୃତୟନ କରାଯାଇଛି ବୋଲି ବରଗଡ଼ ଏସ୍ସି ପି .ପର୍ମାର ସ୍ମିତ ସୂଚନା ଦେଇଛନ୍ତି ।