scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଟୁଇଟ୍ କରି ଲେଖିଲେ…

20/05/2023 at 5:52 PM

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଦରମୈୟା ଏବଂ ଡିକେ ଶିବକୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ସିଦ୍ଦରମୈୟା ଏବଂ ଶିବକୁମାରଙ୍କ ସହ ଅନ୍ୟ ୮ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ବାବେ ଶପଥ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଡିକେ ଶିବକୁମାରଙ୍କୁ ମୋର ଶୁଭେଚ୍ଛା। ଫଳଦାୟୀ କାର୍ଯ୍ୟକାଳ ପାଇଁ ମୋର ଆପଣମାନଙ୍କୁ ଅଭିନନ୍ଦନ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସିଦ୍ଦରମୈୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ତାଙ୍କ କ୍ୟାବିନେଟ୍ ସଦସ୍ୟଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି।

ସୂଚନାଯୋଗ୍ୟ, ଦୀର୍ଘ ସମୟର କସରତ ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିଛି। ୧୩୫ ସିଟ୍ ଜିତିଥିବା କଂଗ୍ରେସକୁ ଦଳର ମୁଖ୍ୟମନ୍ତ୍ରୀ ପଦ ନେଇ ଅକଳରେ ପଡ଼ିଥିଲା। ଦୁଇ ପ୍ରବଳ ଦାବିଦାର ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ମୁହାଁମୁହିଁ ହୋଇଥିଲେ। ତେବେ ଶେଷରେ ଦଳୀୟ ହାଇକମାଣ୍ଡ ଦୁଇ ନେତାଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ଆଉ ଆଜି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

   Related Posts