୧ କୋଟି ଘରକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି, ‘ପିଏମ ସୂର୍ଯ୍ୟ ଘର’ ଲଞ୍ଚ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | February 13, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ ନେଇ ଘୋଷଣା କରିଛନ୍ତି। ମଙ୍ଗଳବାର, ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ୭୫ ହଜାର କୋଟି ନିବେଶ ଦ୍ବାରା ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ ଦ୍ବାରା ବିଜୁଳି ବ୍ୟବସ୍ଥା କରାଯିବ। ଏହି ସିଷ୍ଟମ ଲଗାଇବା ଫଳରେ ଏହି ଘରମାନଙ୍କରେ ୩୦୦ ୟୁନିଟ୍ସ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଆଯାଇପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ରୁଫଟପ୍‌ ସୋଲାର ସିଷ୍ଟମକୁ ଲୋକପ୍ରିୟ କରିବା ଠାରୁ ଆରମ୍ଭ କରି ପ୍ରୋତ୍ସାହିତ କରିବା ପାଇଁ ପୌର ପରିଷଦ ଏବଂ ପଞ୍ଚାୟତରେ ପ୍ରୋତ୍ସାହନ ଦିଆଯିବ। ଏହା ସହ ଯୋଜନା ଦ୍ବାରା ଲୋକଙ୍କୁ ନିଜ ଆୟ ବଢ଼ାଇବା ପାଇଁ ସହାୟକ ହେବ, ବିଜୁଳି ବିଲ୍‌ କମିବ ଏବଂ ରୋଜଗାର ନୂଆ ଅବସର ସୃଷ୍ଟି ହେବ। ଏହି ଯୋଜନାର ଲାଭ ନେବା ପାଇଁ pmsuryaghar.gov.inରେ ଆବେଦନ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ; ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିରେ ସାମିଲ୍

ଉଲ୍ଲେଖଯୋଗ୍ୟ,  ଫେବୃଆରୀ ୧ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୁଫ୍‌ଟପ୍‌ ସୋଲାର ଏବଂ ମାଗଣା ବିଜୁଳି ଯୋଜନା ଆଣିବାକୁ ଘୋଷଣା କରିଥିଲେ। ଏହି ଯୋଜନା ଦ୍ବାରା ଏକ କୋଟି ଘରକୁ ପ୍ରତିମାସରେ ୩୦୦ ୟୁନିଟ୍‌ ବିଜୁଳି ମାଗଣା ଦିଆଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.