ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭, ନିର୍ବାଚନ ପରେ କେମିତି ହେବ କାମ ? ଦେଲେ ସୂଚନା

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ସୋମବାର ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଛନ୍ତି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ୨୦୨୭କୁ ନେଇ ତାଙ୍କର ଭିଜନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। 

ଭିଜନ ୨୦୨୭କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ‘‘ଦେଶ ପାଇଁ ମୋର ବଡ଼ ବଡ଼ ଯୋଜନା ଏବଂ ନିଷ୍ପତ୍ତି ରହିଛି। ମୋର ନିଷ୍ପତ୍ତି କାହାକୁ ଡରାଇବା କିମ୍ବା ଚପାଇବା ପାଇଁ ନୁହେଁ। ଏହି ନିଷ୍ପତ୍ତି ଦେଶର ସର୍ବାଙ୍ଗୀନ ବିକାଶ ପାଇଁ, ସମସ୍ତଙ୍କ କଲ୍ୟାଣ ପାଇଁ। ମୁଁ ଆଦୌ ସମୟ ନଷ୍ଟ କରିବାକୁ ଚାହୁନାହିଁ।’’

ପିଏମ ମୋଦୀ ପୁଣି କହିଛନ୍ତି ‘ଅଧିକାଂଶ ସରକାର ଭାବିଥାନ୍ତି, ସେମାନେ ସବୁକିଛି କରିସାରିଛନ୍ତି। ଆଉ କ’ଣ ଦରକାର।କିନ୍ତୁ ମୁଁ ଏଭଳି ଭାବିନଥାଏ। ମୁଁ ଅଧିକରୁ ଅଧିକ କରିବାକୁ ଚେଷ୍ଟା କରିଥାଏ।ଏପର୍ଯ୍ୟନ୍ତ ଯାହା ହୋଇଛି ତାହା କେବଳ ଟେଲର ଆଉ ମୁଁ ଆହୁରି ଅଧିକ କରିବାକୁ ଚାହୁଛି।’’

ମୋଦୀ ଭିଜନ ୨୦୪୭କୁ ନେଇ ଆହୁରି କହିଛନ୍ତି  ‘‘ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେହି ସମୟରେ ୧୦୦ ଦିନର ଯୋଜନା କରୁଥିଲି। ଏହି ହିସାବରେ ମୁଁ ଗତ ଦୁଇ ବର୍ଷରୁ ୨୦୪୭କୁ ଧ୍ୟାନରେ ରଖି କାମ କରୁଛି। ଏଥିପାଇଁ ଦେଶବାସୀଙ୍କ ପରାମର୍ଶ ମାଗିଛି, ୧୫ ଲକ୍ଷ ଲୋକଙ୍କୁ ପରାମର୍ଶ ମାଗିଛନ୍ତି। ସବୁ ତଥ୍ୟକୁ ରଖାଯାଇଥିଲା। ପରେ ଏଆଇ ସାହାଯ୍ୟରେ ଭିଜନ ପ୍ରସ୍ତୁତ କରିଛି। ଏହା ପରେ ପ୍ରତି ବିଭାଗକୁ ଆଗାମୀ ୨୫ ବର୍ଷ ପାଇଁ ଅଧିକାରୀଙ୍କ ଟିମ୍‌ ଗଠନ କରାଯାଇଛି ଏବଂ ମୁଁ ନିଜେ ବୈଠକ କରି ଏନେଇ ବୁଝାଇଛି।’’

ପିଏମ ମୋଦୀ ଆହୁରି କହିଛନ୍ତି ଯେ, ଏହି ଡକ୍ୟୁମେଣ୍ଟ ଭାବରେ ପ୍ରସ୍ତୁତ କରୁଛି। ନିର୍ବାଚନ ପରେ ଏହି ଯୋଜନାକୁ ସବୁ ରାଜ୍ୟକୁ ପଠାଯିବ। ଏହି ଯୋଜନା ଉପରେ ସବୁ ରାଜ୍ୟ କାମ କରିବେ।ଏହି ଯୋଜନା କେବଳ ବିଜେପି ଶାସିତ ରାଜ୍ୟଙ୍କ ପାଇଁ ନୁହେଁ। ଏହା ପରେ ମୁଁ ନୀତି ଆୟୋଗର ବୈଠକ ଡକାଯିବ ଏବଂ ପୁଣି ଚର୍ଚ୍ଚା ହେବ। ଏହାପରେ ଅନ୍ତିମ ଫଳାଫଳ ସାମ୍ନାକୁ ଆସିବ।

  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.