ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଯବାନଙ୍କ ସହିତ ପର୍ବ ପାଳିଲେ ମୋଦି
12/11/2023 at 11:21 AM

ନୂଆଦିଲ୍ଲୀ: ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ହେବ ବିଜୟ । ଏଥିରେ ସବୁଠି ଉତ୍ସବର ମାହୋଲ । ଘରେ ଘରେ ପୂଜା ପର୍ବାଣୀ । ତେବେ ଦୀପାବଳି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ପିଟର (ଏକ୍ସ)ରେ ଦୀପାବଳି ଓ ମହାକାଳୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପରିବାରରେ ସୁଖ ସମୃଦ୍ଧି ଭରି ରହୁ ବୋଲି ପିଏମ୍ ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପ୍ରତିବର୍ଷ ଦୀପାବଳିରେ ଦେଶ ସୁରକ୍ଷାରେ ନିୟୋଜିତ ଥିବା ଯବାନଙ୍କ ସହିତ ଆଲୋକର ପର୍ବକୁ ପାଳିଥାନ୍ତି । ଚଳତ ବର୍ଷ ମଧ୍ୟ ଦୀପାବଳି ଅବସରରେ ପିଏମ୍ ମୋଦି ଯବାନଙ୍କ ନିକଟରେ ପହଞ୍ଚିଛନ୍ତି । ଏବେ ମୋଦି ହିମାଚଳ ପ୍ରଦେଶରେ ଦୀପାବଳି ପାଳିବେ । ଲେପ୍ଚା ବୋର୍ଡରରେ ନିୟୋଜିତ ହୋଇଥିବା ଯବାନଙ୍କ ସହିତ ସାକ୍ଷାତ କରି ସେମାନଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି । ଯବାନଙ୍କ ସହିତ ଆଲୋଚନା କରୁଥିବାର ଭିଡିଓ ଓ ଫଟୋକୁ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।
ନିଜ ଟ୍ବିଟର ହ୍ୟାଣ୍ଡ ବା ଏକ୍ସ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଯବାନଙ୍କ ସହିତ ଦୀପାବଳି ପାଳିବାକୁ ହିମାଚଳରେ ପହଞ୍ଚିଛୁ । ଏହା ପୂର୍ବରୁ ୨୦୧୪ରେ ସିୟାଚିନ୍ ଗ୍ଲେସିୟର, ୨୦୧୫ରେ ପଞ୍ଜାବର ଅମୃତସର, ୨୦୧୬ରେ ହିମାଚଳ ପ୍ରଦେଶର କିନୌର ଏବଂ ୨୦୧୭ରେ କାଶ୍ମୀରର ଗୁରେଜ ଏବଂ ୨୦୧୮ରେ ଉତ୍ତରଖଣ୍ଡର କେଦାରନାଥରେ ପହଞ୍ଚି ଯବାନଙ୍କ ସହିତ ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।