AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଦ୍ବିତୀୟ ପର୍ଯ୍ୟାୟରେ ଚାଲି ଚାଲି ଆସି ଦେଲେ ଭୋଟ୍

5/12/2022 at 10:17 AM

ଗାନ୍ଧିନଗର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ।

ସୋମବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଲି ଚାଲି ବୁଥରେ ପହଞ୍ଚିଥିଲେ। ଭୋଟରଙ୍କ ସହିତ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ସାବରମତି ବିଧାନସଭା କ୍ଷେତ୍ରରେ ନିଶାନ ପବ୍ଲିକ୍ ସ୍କୁଲରେ ହୋଇଥିବା ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମୋଦି ।

ସେହିପରି ଭୋଟ୍ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ । ଅହମ୍ମଦାବାଦ ବିଧାନସଭା କ୍ଷେତ୍ରର ବୁଥ ନଂ-୯୫ ଶିଲଜା ଅନୁପମ ସ୍କୁଲରେ   ନିଜର ମତ ସାବ୍ୟସ୍ତ କରିଛନ୍ତି  । ଗୃହମନ୍ତ୍ରୀ ଅମିତଶାହା ମଧ୍ୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି ।

ଗୁଜରାଟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ମୋଟ୍ ୯୩ଟି ସିଟ୍ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୧୪ଟି ଜିଲ୍ଲାରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଅନ୍ୟପଟେ ଅହମ୍ମଦାବାଦର ସମସ୍ତ ୧୬ଟି ଆସନ ବିଜେପି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ୧୯୯୦ ପରେ ବିଜେପି ଏଠାରେ ନିଜର ଦବଦବା ଜାରି ରଖିଛି ।

   Related Posts