କମେଣ୍ଟ ମରାକୁ ନେଇ ବୋମାମାଡ : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | June 08, 2024 IST

ଭୁବନେଶ୍ବର ୮।୬: ବରମୁଣ୍ଡା ବୋମାମାଡ ଘଟଣାର ପର୍ଦ୍ଦାଫାଶ । କମେଣ୍ଟ ମରାକୁ ନେଇ ବୋମାମାଡ ହୋଇଥିଲା । ଖଣ୍ଡଗିରି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ କାବୁ କଲା ପୋଲିସ । ଗତ ୨୭ ତାରିଖ ସକାଳୁ ହୋଇଥିଲା ବୋମାମାଡ । ବୋମାମାଡ଼ କରିବା ସହ ବୋମା ତିଆରି କରୁଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । 

ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ହୋଇଥିବା ବୋମାମାଡ଼ର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୋଲିସ । କମେଣ୍ଟ ମରାରୁ ବଚସା ପରେ ପ୍ରତିଶୋଧ ପରାୟଣ ହୋଇ ରାଜେଶ ସାମନ୍ତ ସିଂହାରଙ୍କ ସ୍କର୍ପିଓ ଉପରକୁ ଶାହନାୱାଜ ମଲିକ ଓରଫ ମୁଫି ଏବଂ ଉଦିତ ନାରାୟଣ ପ୍ରଧାନ ନାମକ ଦୁଇ ଜଣ ଯୁବକ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଚେକ୍ ସହ ଅପରାଧୀଙ୍କୁ ଚିହ୍ନଟ କରିବା ପରେ ପୋଲିସ କରିଥିଲା ମାରାଥନ୍ ଚଢ଼ାଉ । ଘଟଣାର ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମୁଫି ଏବଂ ତାର ସହଯୋଗୀ ଉଦିତ ନାରାୟଣ ପ୍ରଧାନକୁ ଗିରଫ କରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୋଲିସ । ସେପଟେ ମୁଫି ନିଜେ ବୋମା ତିଆରି କରିଥିବା ସୂଚନା ମିଳିଥିବା ପରେ ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ ।

You Can Read :

ମୋ ବସ୍‌କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.