ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ପ୍ରାଥମିକ ବିଦ୍ୟାଳୟରେ ନାହିଁ ମୌଳିକ ସୁବିଧା, ପାନୀୟ ଜଳ ସମସ୍ୟାରେ ଜୁଝି ହେଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ

5/03/2023 at 7:15 PM

ଉମରକୋଟ: ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରାଇବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଦ୍ୟାଳୟରେ ପାନୀୟ ଜଳ, ରୋଷେଇ ଗୃହ, ପାଚେରୀ ଭଳି ନାହିଁ ଅନୁସଂଘୀକ ବ୍ୟବସ୍ଥା ଯାହାଫଳରେ ବର୍ଷ ବର୍ଷ ଧରି  ଛାତ୍ର ଛାତ୍ରୀ ବିଭିନ୍ନ ସମସ୍ୟାରେ ଝୁଜି ହେଉଛନ୍ତି ପ୍ରାଥମିକ ଶିକ୍ଷାକେନ୍ଦ୍ରରେ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରୁ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରୁ ମାତ୍ର ତିନି କି.ମି ଦୂରରେ ରହିଛି ଦୁଇଟି ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର। ଟେଣ୍ଡକା ଡ଼ଙ୍ଗରି ଏବଂ ଧଅଁଡାମାଲ । ଏହି ଦୁଇଟି ଗାଁ ରହିଛି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି। ଏହି ଦୁଇ ଗ୍ରାମରେ ରହିଛି ଦୁଇଟି ପ୍ରାଥମିକ ବିଦ୍ୟାଳୟ ଓ ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର।ଟେଣ୍ଡକା ଡଙ୍ଗରି ଗାଁ ରେ ରହିଛି ଗୋଟିଏ ପରିସରରେ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାକ୍ ଶିକ୍ଷା କେନ୍ଦ୍ର। ପ୍ରାକ୍ ଶିକ୍ଷା କେନ୍ଦ୍ରରେ ୮୦ ଜଣ ଶିଶୁ ନିର୍ଭର କରୁଥିବାବେଳେ ଏବଂ ପ୍ରାଥମିକ ବିଦ୍ୟାଳୟରେ ୩୬ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।

ସେହିପରି ଧଂଅଡ଼ାମାଲ ପ୍ରାଥମିକ ବିଦ୍ୟାଳୟ ସମୁଦାୟ ୪୬ ଶିଶୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପାଢ ପଢୁଥିବା ବେଳେ ଅଙ୍ଗନବାଡି କେନ୍ଦ୍ରରେ ୭୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଗାଁର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ଶିକ୍ଷା ଅନୁଷ୍ଠାନ ରହିଛି ସତ କିନ୍ତୁ ନାହିଁ କୌଣସି ଅନୁସଂଘୀକ ବ୍ୟବସ୍ଥା । ଏହି ଶିକ୍ଷା ଅନୁଷ୍ଠାନ ଗୁଡିକ ନିର୍ମାଣ ହୋଇ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ର ଉତ୍କଟ ସମସ୍ୟା ଦେଖା ଦେଇଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କି ଅଙ୍ଗନବାଡି କେନ୍ଦ୍ର ରେ ଗୋଟିଏ ବି ନଳକୂପ ନାହିଁ ଯାହାଫଳରେ ଛାତ୍ର ଛାତ୍ରୀ ମାନେ ଘର ରୁ କିମ୍ବା ଗାଁ ରେ ଥିବା ନଳକୂପ ରୁ ବୋତଲ ରେ ପାଣି ଧରି ବିଦ୍ୟାଳୟ କୁ ଯିବାକୁ ପଡୁଛି ।

ସେହି ବୋତଲ ପାଣି ରୁ ହିଁ ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଥାଳି ଧୋଇବା ,ହାତ ଧୋଇବା ସହ ପାଣି ପିଉଛନ୍ତି ଯାହାକି ନଳକୂପ ନଥିବା ଯୋଗୁଁ ବହିବସ୍ତାନୀ ସହ ପାଣି ବୋତଲର ବୋଝ ଛାତ୍ର ଛାତ୍ରୀ ଙ୍କ ଉପରେ ପଡୁଛି ।ପାଣି ର ବ୍ୟବସ୍ଥା ନଥିବା ଯୋଗୁଁ ନିର୍ମିତ ହୋଇଥିବା ପାଇଖାନା ମଧ୍ୟ ବ୍ୟବହାର ହୋଇ ନପାରି କେତେ ତାଲା ପଡିଥିବା ବେଳେ ଅଧା ନଷ୍ଟ ହୋଇସାରିଲାଣି । ସେହିପରି ବିଦ୍ୟାଳୟ କି ଅଙ୍ଗନବାଡି କେନ୍ଦ୍ରରେ  ପାଚେରୀ ନାହିଁ ଜଙ୍ଗଲୀ ଗାଁ ହୋଇଥିବା ଯୋଗୁଁ  ପିଲାଙ୍କ ପାଇଁ କୌଣସି ସୁରକ୍ଷା ନଥିବା କହିଛନ୍ତି ଗ୍ରାମବାସୀ । ତେବେ ଧଂଅଡ଼ାମାଲ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଗୃହ ଥିବା ବେଳେ ଟେଣ୍ଡାକା ଡଙ୍ଗରି ପ୍ରାଥମିକ ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ରୋଷେଇ ଗୃହ ହୋଇପାରିନାହିଁ । ପ୍ରଶାସନ ତରଫରୁ ବିଦ୍ୟାଳୟ ମାନଙ୍କ ଠାର ନଳକୂପ ଖୋଲା ଯାଇଥିଲେ ମଧ୍ୟ ଦୀର୍ଘ ୧୦ବର୍ଷରୁ ଅଚଳ ହୋଇପଡିଛି ।

ତେବେ ଏହି ଶିକ୍ଷା ଅନୁଷ୍ଠାନ ଝରିଗାଁ ସଦର ବ୍ଲକ ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ କିନ୍ତୁ ପ୍ରଶାସନର ନଜର ନାହିଁ । ଗ୍ରାମବାସୀମାନେ  ବିଦ୍ୟାଳୟରେ ନଳକୂପ ,ପାଚେରୀ ,ରୋଷେଇ ଗୃହ ଆଦି ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ , ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ ବୋଲି କହିଛନ୍ତି । ସେହିପରି ଝରିଗାଁ ପଞ୍ଚାୟତ ସମିତି ସଭ୍ୟା ଗୋମତି ସାନ୍ତା ଶିକ୍ଷା ଅନୁଷ୍ଠାନ ମାନଙ୍କରେ ନଳକୂପ ଖନନ ପାଇଁ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନଥିବା କହିଛନ୍ତି । ତେବେ ଏ ସମ୍ପର୍କରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ଦୁଇଟି ବିଦ୍ୟାଳୟରେ ପୂର୍ବରୁ ନଳକୂପ ଖୋଲା ହୋଇଥିଲା କିନ୍ତୁ ସଫଳ ନ ହେବାରୁ ଅଚଳ ଅବସ୍ଥାରେ ରହିଛି ବୋଲି କହିବା ସହ ଯଥାଶୀଘ୍ର ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ତେବେ ଦେଖିବାକୁ ବାକି ରହିଲା କେବେ ଟେଣ୍ଡାକା ଡଙ୍ଗରି ଏବଂ  ଧଂଅଡ଼ାମାଲ ରେ ରହିଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ଦୂର କରିବ ପ୍ରଶାସନ।

   Related Posts