ମୋଦି ସରକାରଙ୍କ ବଡ ନିଷ୍ପତ୍ତି! ମୁକ୍ତ ଶ୍ରେଣୀରେ ରହିବ ଡାଲିଜାତୀୟ ଦ୍ରବ୍ୟର ଆମଦାନୀ, ଦେଶରେ ଡାଲି ଦର ହେବ ଶସ୍ତା

Published By : Prameya-News7 Bureau | March 30, 2022 IST

ନୂଆଦିଲ୍ଲୀ ୩୦।୩: ଦେଶରେ ଘରୋଇ ଯୋଗାଣ ବୃଦ୍ଧି ଓ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୩ ପର୍ଯ୍ୟ ଡାଲି ଓ ବିରିର ଆମଦାନୀକୁ ମୁକ୍ତ ଶ୍ରେଣୀରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ଶ୍ରେଣୀଭୁକ୍ତ କରାଯିବାର ଉଦ୍ଦେଶ୍ୟ ହେଉଛି ଦେଶକୁ ଡାଲି ଆମଦାନୀ ଅବାଧ କରିବା। ଏ ବାବଦରେ ସରକାରଙ୍କ ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି। ଏଥିରେ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ମୂଲ୍ୟ ନିୟନ୍ତ୍ରଣ ଲାଗି ଡାଲିକୁ ମୁକ୍ତ ଶ୍ରେଣୀରେ ରଖା ଯାଇଥିବା ଘୋଷଣା ହୋଇଛି।

{"id":606964,"width":839,"height":580,"sizeSlug":"full","linkDestination":"none"}

ସରକାରଙ୍କ ଏହି ନୀତି ଯୋଗୁ ସବୁ ହିତାଧିକାରୀ ଲାଭବାନ ହୋଇପାରିବେ ବୋଲି ଏବେ ଆଶା କରାଯାଉଛି। ଏହି ନିଷ୍ପତ୍ତି ଏକ ସ୍ଥିର ବ୍ୟବସ୍ଥା ଆଡକୁ ମଧ୍ୟ ଇଙ୍ଗିତ କରୁଛି। ଏଣୁ ଡାଲି ଆମଦାନୀ ନେଇ ନୀତିଗତ ବ୍ୟବସ୍ଥା ସମ୍ପର୍କିତ ସବୁପ୍ରକାର ଶଙ୍କା ଓ ଆଶଙ୍କାରେ ବିରାମ ଲଗାଇ ଦେଇଛି। ଏହା ଦ୍ୱାରା ଦେଶରେ ଡାଲିର ଉପଲବ୍ଧତା ବଢିବା ସହିତ ନିର୍ବାଧ ଆମଦାନୀ ମଧ୍ୟ ନିଶ୍ଚିତ ହୋଇପାରିବ। ଫଳରେ ବଜାର ଦର ମଧ୍ୟ ସ୍ଥିର ଓ ନିୟନ୍ତ୍ରିତ ରହି ପାରିବ ବୋଲି ଏବେ ଆଶା କରାଯାଉଛି। ମୂଲ୍ୟ ହ୍ରାସ ହେଲେ ଗ୍ରାହକ ସିଧାଶଳଖ ଉପକୃତ ହେବେ ବୋଲି କୁହାଯାଇଛି।

{"id":606966,"width":841,"height":611,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ୧୫ ମେ ୨୦୨୧ରେ ମୁଗ, ହରଡ ଓ ବିରି ଆମଦାନୀକୁ ମୁକ୍ତ ଶ୍ରେଣୀଭୁକ୍ତ କରିଥିଲେ। ଏହା ୩୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ବୈଧ ଥିଲା। ତେବେ ପରେ ଏଥିରୁ ମୁଗଡାଲିକୁ ବାହାର କରିଦିଆଯାଇଥିବା ବେଳେ ହରଡ ଓ ବିରି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମୁକ୍ତ ଶ୍ରେଣୀରେ ଥିଲା।  ଏବେ ସରକାର ଆଗାମୀ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଡାଲିଜାତୀୟ ଖାଦ୍ୟଶସ୍ୟକୁ ମୁକ୍ତ ଶ୍ରେଣୀରେ ରଖିବାକୁ ଘୋଷଣା କରିଛନ୍ତି।

{"id":606967,"width":839,"height":584,"sizeSlug":"full","linkDestination":"none"}

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟଙ୍କ ଅନୁସାରେ ୨୮ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦେଶର ବଜାରରେ ୧ କେଜି ହରଡାଲିର ହାରାହାରି ଖୁଚୁରା ମୂଲ୍ୟ ୧୦୨ଟଙ୍କା ୯୯ ପଇସା ଥିଲା। ଯାହା ୨୦୨୧ ମସିହା ଏହି ଦିନର ଦର ୧୦୫ଟଙ୍କା ୪୬ ପଇସା ତୁଳନାରେ ୨.୪ ପ୍ରତିଶତ କମ ଥିଲା। ସେହିପରି ବଜାରରେ ମାର୍ଚ୍ଚ ୨୮ ତାରିଖ ଦିନ ୧ କେଜି ବିରିଡାଲିର ମୂଲ୍ୟ ୧୦୪ଟଙ୍କା ୩ ପଇସା ଦରରେ ବିକ୍ରି ହେଉଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.