ବଜାରକୁ ଆସିଲା ବନ୍ଧାକୋବି ପରି ଜ୍ୟାକେଟ୍, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | January 06, 2023 IST

ମୁମ୍ଵାଇ ୦୬।୦୧: ବଜାରରେ ବେଳେବେଳେ ଏପରି ଜିନିଷ ଆସେ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ସେ ଅନଲାଇନ୍‌ ହଉ କି ଅଫ୍‌ ଲାଇନ୍‌ । ଲୋକମାନେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ କିଣିବାକୁ ଆଗ୍ରହ ଥାଆନ୍ତି। ପୂର୍ବରୁ ଅନେକ ଛିଣ୍ଡା ଜିନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ସମସ୍ତେ ଜିନ୍ସ କିଣିଥିଲେ। ପିନ୍ଧିବାକୁ ପସନ୍ଦ କଲେ। ବର୍ତ୍ତମାନ ତ ଶୀତ ଦିନ । ଥଣ୍ଡା ବଢିବାରେ ଲାଗୁଛି ଏବଂ ଲୋକମାନେ ଜ୍ୟାକେଟ୍ କିଣିବାକୁ ପସନ୍ଦ କରୁଛନ୍ତି । ତେବେ ଏକ ଆନ୍ତର୍ଜାତୀୟ ବ୍ରାଣ୍ଡର ଜ୍ୟାକେଟ୍‌ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପନିପରିବା ପରି ଦେଖାଯାଉଥିବା ଏକ ଜ୍ୟାକେଟ୍‌ ଦେଖିବାକୁ ମିଳିଛି । ଯାହ ସମ୍ପୂର୍ଣ୍ଣ ବନ୍ଧାକୋବି ପରି। ତାହାର ଦାମ୍‌ ପୁଣି ଏତେ ଅଧିକ ଯେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

wp:html /wp:html

ତେବେ ବନ୍ଧାକୋବି' ପରି ଦେଖାଯାଉଥିବା ଜିନିଷ ପାଇଁ କେହି ୬୦,୦୦୦ ଟଙ୍କା ଦେବାକୁ ଇଚ୍ଛୁକ କି? ଅନଲାଇନରେ ୫୯,୯୯୯ ଟଙ୍କାରେ ବିକ୍ରି ହେଉଥିବା ଏକ ଜ୍ୟାକେଟକୁ ଭାରତୀୟ ଟ୍ୱିଟର ୟୁଜର୍ସମାନେ ବନ୍ଧାକୋବି ବୋଲି କହିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ସବୁଜ ଜ୍ୟାକେଟର ସ୍କ୍ରିନଗ୍ରାବ ସେୟାର କରି କ୍ୟାପସନରେ ଲେଖିଛନ୍ତି, କୋବି ଭଳି ଦେଖାଯାଉ ଥିବା ଜ୍ୟାକେଟକୁ କଣ ୬୦ ହଜାର ଦେବି। ଏହି ଜ୍ୟାକେଟ୍ ଡିଜଲ ବ୍ରାଣ୍ଡର ଏକ ଜ୍ୟାକେଟ୍ ଅଟେ, ଯାହା ବିଳାସପୂର୍ଣ୍ଣ ପୋଷାକ ବିକ୍ରି କରେ ଏବଂ ବେଳେବେଳେ ଏହି ବ୍ରାଣ୍ଡ ମଧ୍ୟ ସାଧାରଣ ଦ୍ରବ୍ୟକୁ ଅଧିକ ମୂଲ୍ୟରେ ବିକ୍ରି କରିଥାଏ। ଅଧିକାଂଶ ୟୁଜର୍ସ ଏହି ପୋଷ୍ଟ ଦେଖିବା ପରେ କ୍ରୋଧିତ ଦେଖାଯାଉଛନ୍ତି।

wp:html /wp:html

ଜଣେ ୟୁଜର୍ସ ପୋଷ୍ଟ ଦେଖିବା ପରେ ଲେଖିଛନ୍ତି, ଏହି ମୂଲ୍ୟରେ ମୁଁ ଏକ ବାଇକ୍ କିଣିବି। ଅନ୍ୟ ଜଣେ ୟୁଜର୍ସ ଏହା ମଜା ଉଡାଇ କହିଛନ୍ତି କି ଏହାକୁ କିଣିବା ପରେ ଏବଂ ପିନ୍ଧିବା ପରେ ଗାଇ ଆମ ପଛ ଛାଡିବେନି ।  ଆଉ ଜଣେ ଲେଖିଛନ୍ତି ଏହି ଜ୍ୟାକେଟ୍‌ ପାଇଁ ମୁଁ  ୨୦୦ ଟଙ୍କାରୁ ଅଧିକ ଦେବି ନାହିଁ।  ଟ୍ରୋଲରମାନେ ଏହି ଜ୍ୟାକେଟକୁ ପରିହାସ କରିଥିଲେ। ଯାହାର ମୂଲ୍ୟ ଆଶା କରାଯାଉଥିବା ଠାରୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.