AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ରୁଷ ରାଷ୍ଟ୍ରପତିଙ୍କ କାରକେଡ୍ ଉପରେ ଆକ୍ରମଣ, ପୁଟିନଙ୍କ ଗାଡି ଉପରକୁ ଫିଙ୍ଗାଗଲା ବିସ୍ଫୋରକ

14/09/2022 at 6:31 PM

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁସାରେ ନିକଟରେ ଏକ ଯାତ୍ରା ସମୟରେ ପୁଟିନଙ୍କ କାରକେଡ୍ ଉପରେ ବିସ୍ଫୋରକରେ ଆକ୍ରମଣ କରାଯାଇଥିଲା । ଗୋଟିଏ କାର ପୁଟିନଙ୍କ କାରକେଡ୍ ଆଗକୁ ଆସି ଅଟକାଇ ଥିଲା, ଏହି ସମୟରେ ଅନ୍ୟ କାର ପୁଟିନଙ୍କ ଗାଡ଼ି ଉପରେ ବିସ୍ଫୋରକ ଫିଙ୍ଗି ଥିବା ଦାବି କରାଯାଉଛି।

ଜେନେରାଲ ଏସଭିଆ ଟେଲିଗ୍ରାମ ଚ୍ୟାନେଲକୁ ଆଧାର କରି ଏକ୍ସପ୍ରେସ ୟୁକେ ଏହି ରିପୋର୍ଟ ପ୍ରକାଶ କରିଛି । ଏଥିରେ କୁହାଯାଇଛି, ପୁଟିନ ନିଜ ଘରକୁ ଫେରୁଥିଲେ, କିଛି କିଲୋମିଟର ଦୂରରୁ ତାଙ୍କୁ ଏସ୍କର୍ଟ କରୁଥିବା କାର ଆମ୍ୱୁଲାନ୍ସକୁ ଅଟକାଯାଇଥିଲା, ଦ୍ୱିତୀୟ କାର ବିନା ଅଟକି ଚାଲି ଯାଇଥିଲା । ଏହାପରେ ତୃତୀୟ କାରର ବାମ ଚକ ନିକଟରୁ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଏହି କାରରେ ହିଁ ପୁଟିନ ଯାତ୍ରା କରୁଥିଲେ । ବିସ୍ଫୋରଣ ପରେ ଅଞ୍ଚଳରେ ଧୂଆଁ ଖେଳି ଯାଇଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ, ଏହି ଆକ୍ରମଣ ପରେ ବି ପୁଟିନ ନିଜ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ପହଞ୍ଚିଥିଲେ।

ଏହି ଖବର ଏପରି ଏକ ସମୟରେ ସାମନାକୁ ଆସିଛି ଯେତେବେଳେ ୟୁକ୍ରେନରେ ରୁଷର ଆକ୍ରମଣ ଜାରି ରହିଛି । ବୁଧବାର ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ରୁଷ କବଜାରୁ ମୁକୁଳି ଥିବା ଇଜିୟମ ସହର ଗସ୍ତ କରିଛନ୍ତି। ଏଠାରେ ୟୁକ୍ରେନ ସୈନିକଙ୍କ ସାହାସକୁ ନେଇ ପ୍ରଶଂସା କରିଛନ୍ତି।

   Related Posts