ବନ୍ୟା ପରିସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ଙ୍କ ପ୍ରେସ୍‌ମିଟ୍‌, ଆଜି ରାତି ବହୁତ ଗୁରୁତ୍ଵପୂର୍ଣ୍ଣ, ମୁଣ୍ଡଳିରେ ଆସନ୍ତାକାଲି ପହଞ୍ଚିବ ଅଧିକ ହୀରାକୁଦ ଜଳ

Published By : Prameya-News7 Bureau | August 17, 2022 IST

ଭୁବନେଶ୍ୱର, ୧୭/୦୮: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ କରିଛନ୍ତି । ଏଥି ସହିତ ହିରାକୁଦ ଜଳ ନିଷ୍କାସନ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଆର୍‌ସି ।ମୁଣ୍ଡଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର ଥିବା ବେଳେ ସନ୍ଧ୍ୟା ୭ ଟାରେ ୧୦ ଳକ୍ଷ ୪୯ ହଜାର ରହିଥିଲା । ଏବେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବହିତ ହେଉଛି । ଏହା ୯ ଲକ୍ଷ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଗେଟ୍ ଖୋଲିବା ଦ୍ଵାରା ଆସନ୍ତକାଲି ବଢିବ । ପ୍ରାୟ ୯ ଲକ୍ଷ ୫୦ ହଜାରରୁରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ ଏବଂ ୨ ଘଣ୍ଟା ପରେ କମିବ। ଏବେ ୪ ଜିଲ୍ଳା କେନ୍ଦ୍ରପାଡା, ଜଗତସିଂହପୁର, କଟକ, ପୁରୀରେ ବନ୍ୟା ପିକ୍‌ରେ ରହିଛି।

ଆଜି ରାତିଟା କେବଳ ଜଗିଵାକୁ ପଡ଼ିବ । ଅସନ୍ତାକାଲି ସକାଳୁ ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ। ରାଜ୍ୟରେ ୬ଟି ଘାଇ ସୃଷ୍ଟି ହୋଇଛି । ୧୯୭ ଘଳିଆ ବନ୍ଦ ହୋଇଛି। କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି । ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳମାନଙ୍କୁ ସତର୍କ କରାଯାଇଛି। ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ପଳିଥିନ୍ ଗଛିତ ଅଛି। ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଳକ୍ଷ ୫୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୪୨୫ ଗାଁ ଜଳବନ୍ଦୀ ।

ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ। ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏବେ ହୀରାକୁଦରେ ରିଜର୍ଭର ୬୨୬.୧୪ ଫୁଟ୍ ଅଛି । ବରମୁଳରେ ଏବେ ପହଞ୍ଚଛି ବନ୍ୟା ଜଳ। ଆସନ୍ତାକାଲି  କାଲି ୯ ଟାରେ ମୁଣ୍ଡୁଳୀରେ ପହଞ୍ଚିବ । ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି । ଏବେ ୪୦ଟି ଗେଟ୍ ଖୋଲା ରହିବ । କାଲିଠୁ ବର୍ଷା ସମ୍ଭାବନା ଥିବାରୁ। ବର୍ଷା ପରେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.