ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ୫,୮୫,୭୪୨.୨୬ କୋଟି ଟଙ୍କା ନିବେଶ ପ୍ରସ୍ତାବ, ୭୨ ହାଜର ୮୭୯ ଜଣଙ୍କୁ ମିଳିବ ନିଯୁକ୍ତି

Published By : Prameya-News7 Bureau | December 01, 2022 IST

ଭୁବନେଶ୍ୱର, ୦୧/୧୦: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବ୍ରେକଫାଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୪୦ ଜଣ ଶିଳ୍ପପତି ସାମିଲ ହୋଇଥିଲେ । ୫୪ ଟପ୍‌ ଶିଳ୍ପପତି ଷ୍ଟେଜରେ ବସିଥିଲେ । ୨୦୦୦ ପ୍ରତିନିଧି ଯୋଗ ଦେଇଥିଲେ । ଏହି କନ୍‌କ୍ଲେଭ୍‌ରେ ୧୩ ସେସନ ଅନୁଷ୍ଠିତ ହୋଇଛି । ୧୧ଟି ଦେଶରୁ ପ୍ରଦର୍ଶନକାରୀ ଆସିଛନ୍ତି । ୬୭ ବ୍ୟବସାୟୀଙ୍କ ନିକଟରୁ ୫ ଲକ୍ଷ ୮୫ ହଜାର ୭୪୨.୨୬ କୋଟି ଟଙ୍କା ନିବେଶ ପ୍ରସ୍ତାଵ ଆସିଛି । ୬୭ କମ୍ପାନୀ ଆଜି ଏମଓୟୁ ସ୍ବାକ୍ଷର କରିଛନ୍ତି । ୫୭୮ କମ୍ପାନୀ ୧ ୪୦ ୩୮୬୧.୧୯ କୋଟି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୭୨ ହାଜର ୮୭୯ ଜଣଙ୍କୁ ନିଯୁକ୍ତି ମିଳିବ । ମିନେରଲ, ମେଟାଲ, ଗ୍ରୀନ ଏନର୍ଜି, ଡାଉନ ଷ୍ଟ୍ରିମ୍‌ କ୍ଷେତ୍ରରୁ ଆଧିକ ନିବେଶ ପ୍ରସ୍ତାଵ ଆସିଥିବା ହେମନ୍ତ ଶର୍ମା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.