oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳିମାଡ଼ ଘଟଣା: ୪ ଜଣଙ୍କୁ ଗିରଫ କଲା ପୋଲିସ

14/10/2021 at 8:09 PM

ଚଣ୍ଡିଖୋଲ, ୧୪/୧୦: ଯାଜପୁର ଜିଲ୍ଲା ଓଳାଶୁଣୀ ପାହାଡ଼ ନିକଟରେ ଅକ୍ଟୋବର ୩ ତାରିଖରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସକୁ ମିଳିଛି ସଫଳତା । ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଛି । ଓଳାଶୁଣୀ ପାହାଡ଼ ନିକଟରେ ବନ୍ଦରେଶ୍ବର ଅଂଚଳର ସିଦ୍ଧାନ୍ତ ସାମଲଙ୍କୁ କାରରେ କିଛି ଯୁବକ ଆସି ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସିଦ୍ଧାନ୍ତଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ ବନ୍ଧୁକ ଓ ବାଇକ ଜବତ ହୋଇଛି । ରାସ୍ତାରେ ମାଛ ସୁକେଇବାକୁ କେନ୍ଦ୍ର କରି କାରରେ ଆସିଥିବା ଯୁବକ ଓ ସିଦ୍ଧାନ୍ତଙ୍କ ସହ କଥା କଟାକଟି ହୋଇଥିଲା । ଯେଉଁଥି ପାଇଁ କାରରେ ଆସିଥିବା ଯୁବକମାନେ ସିଦ୍ଧାନ୍ତଙ୍କୁ ଗୁଳି କରିଥିଲେ । ଏହି ଘଟଣାରେ ୪ ଜଣକୁ ଗିରଫ କରିଛି ବାଲିଚନ୍ଦ୍ରପୁର ପୋଲିସ । ୪ ଜଣ ଦୁର୍ବୁତ୍ତ ହେଲେ ମାନସ ରଞ୍ଜନ ବେହେରା, ଚିତ୍ତ ରଞ୍ଜନ ମଲିକ, ଜିତେନ୍ଦ୍ର ଜେନା, ବେଣୁଧର ମଲିକ । ଏ ମାନେ ସମସ୍ତେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର । ସେମାନଙ୍କ ନିକଟରୁ ପିସ୍ତଲ ସହ ବାଇକ ଜବତ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର sdpo ଚିନ୍ମୟ ନାୟକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।

   Related Posts