ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ନେଇ ଭଦ୍ରକରେ ସାମ୍ବାଦିକ ସମ୍ମିଳନୀ

Published By : Prameya-News7 Bureau | December 16, 2020 IST

ଭଦ୍ରକ ୧୬/୧୨: ଗତ ୧୦ ତାରିଖ ଗୁରୁବାର କଂଗ୍ରେସ ଦଳ ତରଫରୁ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ଭଦ୍ରକ ସହର ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ସମସ୍ତ ମହଲରେ ବିପୁଳ ସମର୍ଥନ ମିଳିଥିଲା । ଯାହାକୁ ଓଡ଼ିଶା ରାଜ୍ୟ ସରକାର ଭୃକ୍ଷେପ ନକରି ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପାଇଁ କ୍ୟାବିନେଟ ମଞ୍ଜୁର ଦେଇ ଅର୍ଥ ମଞ୍ଜୁର କଲେ । ଯାହା ଭଦ୍ରକର ଜନସାଧାରଣଙ୍କ ଭାବାବେଗକୁ କୁଠାରାଘାତ କରିଛି ବୋଲି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି ।

ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରାଯାଇଛି । ଦଳୀୟ ନିର୍ବାଚନ ମଣ୍ଡଳୀ ନେତାମାନଙ୍କ ନେତୃତ୍ୱରେ ଜାନୁଆରୀ ମାସ ଶେଷ ସୁଦ୍ଧା ଭଦ୍ରକ ଜିଲ୍ଲାରେ ଥିବା ୫୦ଗୋଟି ପିଏଚ୍‌ସି, ୭ଗୋଟି ସିଏଚ୍‌ସି, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଏରିଆ ହସ୍‌ପିଟାଲ, ଗୋଟିଏ ୟୁପିଏଚ୍‌ସି ଓ ଗୋଟିଏ ପିପିସି ସର୍ବମୋଟ ୬୩ଟି ସ୍ୱାସ୍ଥ୍ୟ ସଂସ୍ଥା ଆଗରେ କଂଗ୍ରେସ ପକ୍ଷରୁ ଏକା ସାଙ୍ଗରେ ଗଣଧାରଣା ଓ ପ୍ରତିବାଦ ସଭା କରାଯିବ । ସମଗ୍ର ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ସ୍ୱାସ୍ଥ୍ୟ ସେବା ସୁଧାର ପାଇଁ “ସ୍ୱାସ୍ଥ୍ୟରଥ”ପରିକ୍ରମା କରାଯିବ ।

 ଜିଲ୍ଲାର ସମଗ୍ର ୧୩୭୦ ରାଜସ୍ୱ ଗ୍ରାମରେ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଦ୍ବାର ଦ୍ୱାର ବୁଲି ସ୍ୱାକ୍ଷର ଅଭିଯାନ କରି ରାଜ୍ୟର ସମସ୍ତ ୯ ଜଣ କଂଗ୍ରେସ ବିଧାୟକ ଓ ପ୍ରଦେଶ କଂଗ୍ରେସ ସଭାପତି, ଓଡ଼ିଶା ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କ ସହିତ ମିଶି ମହାମହିମ ରାଷ୍ଟ୍ରପତି ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସମ୍ମିଳନୀରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.