ମାର୍ଚ୍ଚରେ ୧ରେ ରାଷ୍ଟ୍ରପତିଙ୍କ କଟକ ଗସ୍ତ, ବୁଧବାର ହେଲା କାରକେଡ ରିହରସଲ

Published By : Prameya-News7 Bureau | February 28, 2024 IST

କଟକ: ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମାକୁମାରୀ ସେବାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ବୁଧବାର କାରକେଡ ରିହଲସଲ କରାଯାଇଛି। ଭୁବନେଶ୍ଵରରୁ କଟକ ରାସ୍ତାରେ କାରକେଡରେ ପାଖାପାଖି ୩୦ଟି ଗାଡ଼ି ଆସି ପହଞ୍ଚିଥିଲେ।

ସୂଚନା ଅନୁଯାୟୀ, କାରକେଡ ଭୁବନେଶ୍ଵରରୁ ବାହାରି ମଧୁପାଟଣା, ଶିଖରପୁର, ଯୋବ୍ରା, ମାତା ମଠ, ଡିୟର ପାର୍କ ଦେଇ କାରକେଡ ଆସି ଷ୍ଟାଡିୟମ୍‌ରେ ଆସି ପହଞ୍ଚିଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ପାଖାପାଖି ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହ ଗସ୍ତ ସମୟର ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର।

ଆହୁରି ପଢ଼ନ୍ତୁ: ଗୁରୁବାର ରାଷ୍ଟ୍ରପତିଙ୍କ କେନ୍ଦୁଝର ଗସ୍ତ, ନୋ ଫ୍ଲାଇଂ ଜୋନ୍ ଘୋଷଣା ସହ ସୁରକ୍ଷା ବ୍ୟବସ୍ଥା କଡାକଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.