Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ୟୁପିରେ ବଦଳୁଛି ସମୀକରଣ, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ଶିବପାଳ-ରାଜଭର

9/07/2022 at 1:37 PM

ଲକ୍ଷ୍ନୌ ୦୯।୦୭ : ଉତ୍ତରପ୍ରଦେଶ ରାଜନୀତିରେ ପୁଣି ଦେଖିବାକୁ ମିଳିଛି ନୂଆ ସମୀକରଣ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏସ୍‌ବିଏସ୍‌ପି ପାର୍ଟି ନେତା ଓମ୍‌ ପ୍ରକାଶ ରାଜଭର ଓ  ପ୍ରଗତିଶୀଳ ସମାଜବାଦୀ ପାର୍ଟି ନେତା ଶିବପାଳ ସିଂହ ଯାଦବ ।ଉଭୟ ଉତ୍ତରପ୍ରଦେଶରେ ବିରୋଧୀ ଦଳ ସମାଜବାଦୀ ପାର୍ଟିର ସହଯୋଗୀ । ଏହାସହିତ ଜନସତ୍ତା ଦଳର ନେତା ରଘୁରାଜ ପ୍ରତାପ ସିଂହ (ରାଜା ଭୈୟା) ଏବଂ ବସପା ନେତା ଉମା ଶଙ୍କର ସିଂହ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଉତ୍ତରପ୍ରଦେଶ ଗସ୍ତ କରିଥିଲେ । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଏକ ରାତ୍ରୀ ଭୋଜନର ଆୟୋଜନ କରିଥିଲେ । ଏହି ଅବସରରେ ଏସ୍‌ବିଏସ୍‌ପି ପାର୍ଟି ନେତା ଓମ୍‌ ପ୍ରକାଶ ରାଜଭର, ପ୍ରଗତିଶୀଳ ସମାଜବାଦୀ ପାର୍ଟି ନେତା ଶିବପାଳ ସିଂହ ଯାଦବ, ରାଜା ଭୈୟା ଏବଂ ବହୁଜନ ସାମଜବାଦୀ ପାର୍ଟିର ବିଧାୟକ ପହଞ୍ଚିଥିଲେ । ଏହାପରେ ଏହି ସବୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲେ । ତେବେ ସମର୍ଥନ ଘୋଷଣା କରିଥିବା ଦଳ ଉତ୍ତରପ୍ରଦେଶର ବିରୋଧୀ ଦଳ ।

ସେହିପରି ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ଦ୍ରୌପଦୀ  ମୁର୍ମୁଙ୍କୁ ବିଜେପି , ଏନ୍‌ଡିଏ ସହଯୋଗୀ ଆପନ୍‌ ଦଳ ଏବଂ ନିଷାଦ ପାର୍ଟି ନିଜ ନିଜର ସମର୍ଥନର ଭରଷା ମଧ୍ୟ ଦେଇଛନ୍ତି ।  

   Related Posts