oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନ ଭରିଲେ ୧୧ ଜଣ, ବିହାରର ‘ଲାଲୁ ଯାଦବ’ ବି ସାମିଲ୍

15/06/2022 at 10:14 PM

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଭରିବାର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଜଣେ ପ୍ରାର୍ଥୀଙ୍କ ପତ୍ର ଖାରଜ ହୋଇ ଯାଇଛି। ନାମାଙ୍କନ ଦାଖଲକାରୀଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ନାମ ମଧ୍ୟ ସାମିଲ୍। ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଅଧିସୂଚନା ଜାରି କରାଯାଇଛି। ଏଥିସହ ଦେଶରେ ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ ୨୯ ଯାଏଁ ରହିଛି।

ସୂତ୍ର ମୁତାବକ ବିହାରର ସାରଣରୁ ଲାଲୁ ପ୍ରସାଦ ଯାଦବଙ୍କ ନାମରେ ଜଣେ ବ୍ୟକ୍ତି ନାମାଙ୍କନ ଦାଖଲ କରିଛନ୍ତି। ବୁଧବାର ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶର। ଦେଶର ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବ। ଏଥିରେ ୪୮୦୯ ଜଣ ମତଦାନ କରିବେ। ଆବଶ୍ୟକ ପଡିଲେ ଜୁଲାଇ ୨୧ରେ ଭୋଟ୍ ଗଣତି କରାଯିବ। ଜୁନ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଜୁନ ୨୯ ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ଜୁନ ୩୦ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ ଏବ ଜୁଲାଇ ୨ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ।

ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରିବାକୁ ଯାଉଛି। ନୂତନ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ। ଏମିତିରେ ନୂତନ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୨୪ ସୁଦ୍ଧା ସାରିବାକୁ ପଡିବ। କାହାକୁ କରିବେ ପ୍ରାର୍ଥୀ ତାକୁ ନେଇ ଶାସକ ବିଜେପି ଏବଂ ଅନ୍ୟ ବିରୋଧୀଦଳ ବିଚାର ବିମର୍ଶ ଚଳାଇଛନ୍ତି। ବିଜେପି କାହାକୁ ପ୍ରାର୍ଥୀ କରିବ କୌଣସି ସ୍ପଷ୍ଟ ହୋଇ ନାହିଁ। ସମସ୍ତ ବିରୋଧୀଦଳ ଏକଜୁଟ ହୋଇ ଜଣେ ପ୍ରାର୍ଥୀ ଦେବା ନେଇ ପ୍ରୟାସ ଚଳାଇଛନ୍ତି।

   Related Posts