୮ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି

Published By : Prameya-News7 Bureau | December 06, 2019 IST

ଭୁବନେଶ୍ୱର ୦୬।୧୨ - ଆସନ୍ତା ୮ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ଗସ୍ତରେ ଆସୁଛନ୍ତି । ଖୋର୍ଦ୍ଧା ବରୁଣେଇ ପାଦଦେଶରେ ଥିବା ପାଇକ ସ୍ମାରକୀର ଭୂମି ପୂଜନ କରିବେ ରାଷ୍ଟ୍ରପତି । ୮ ତାରିଖ ସକାଳ ୧୦ ଟା ୧୦ମିନିଟରେ ରାଷ୍ଟ୍ରପତି ଖୋର୍ଦ୍ଧା ଗୋସଳା ପଡ଼ିଆରେ ହେଲିକପ୍ଟର ଯୋଗେ ଅବତରଣ କରିବେ ।

ସେଠାରୁ ସଡକ ପଥ ଯୋଗେ ପ୍ରସ୍ତାବିତ ସଭା ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଓଡ଼ିଶାର ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି ଉଭୟ ହେଲିପ୍ୟାଡ଼ ଓ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୪ ଜଣ ଏସ୍ପି ସ୍ତରୀୟ ଅଧିକାରୀ,୧୨ଜଣ ଡ଼ିଏସପି ଏବଂ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଡିଜିପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.