ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ଯିବେ, ଶିମିଳିପାଳ ଅଭୟାରଣ୍ୟ ବୁଲିବେ

Published By : Prameya-News7 Bureau | May 05, 2023 IST

ଭୁବନେଶ୍ୱର ୦୫/୦୫: ଜନ୍ମ ମାଟିରେ ଭାବବିହ୍ବଳ ହୋଇଯାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ପ୍ରୋଟୋକଲ୍ ବଦଳାଇ ରାଇରଙ୍ଗପୁର ଗେଷ୍ଟ ହାଉସ୍ ବଦଳରେ ତାଙ୍କ ଘରେ ରାତ୍ରି ଯାପନ କରିଛନ୍ତି ।

ଆଜି ମଧ୍ୟ ରାଷ୍ଟ୍ରପତିଙ୍କର ମୟୂରଭଞ୍ଜରେ ସିରିଜ୍ କାର୍ଯ୍ୟକ୍ରମ ରହିଛି। ସକାଳ ୮ଟା ୪୦ ରେ ରାଷ୍ଟ୍ରପତି ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ଦଣ୍ଡବୋଶ ଯିବେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ରାଷ୍ଟ୍ରପତି। ଏହାପରେ ରାଷ୍ଟ୍ରପତି ସକାଳ ୯ଟା ୫୦ମିନିଟ୍ ରେ ହେଲିକପ୍ଟର ଯୋଗେ ଯଶୀପୁର ଯିବେ। ସେଠାରୁ ସେ ଶିମିଳିପାଳ ଅଭୟାରଣ୍ୟ ଯିବେ।

ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ବୁଲିବା ପରେ ଯଶୀପୁର ହେଲିପ୍ଯାଡ୍ କୁ ଫେରିବେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଭାବବିହ୍ବଳ ହୋଇପଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଛନ୍ତି, ଏମାଟି ପାଇଁ ମୁଁ ଚିର ଋଣୀ । ସେ ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.