୨ଦିନିଆ ସମ୍ବଲପୁର ଗସ୍ତରେ ଆସିବେ ରାଷ୍ଟ୍ରପତି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
13/11/2023 at 2:39 PM

ସମ୍ବଲପୁର ୧୩।୧୧ : ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୨୧ ଓ ୨୨ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ତେବେ ତାଙ୍କର ଗସ୍ତକୁ ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଙ୍କର ଗସ୍ତ ଓ ରହଣୀ ସମ୍ପର୍କରେ ଆଲୋଚନା ହୋଇଛି । ଏହା ସହ ରାଷ୍ଟ୍ରପତି ଯେଉଁ ଅନୁଷ୍ଠାନକୁ ଯିବେ ସେହି ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରିଛନ୍ତି ।
ତେବେ ତାଙ୍କର ଗସ୍ତର ସବିଶେଷ ତଥ୍ୟ ଆସିନଥିବାରୁ କାରକେଡ ନେଇ ସ୍ଥିରିକୃତ ହୋଇନଥିବା ଏସପି କହିଛନ୍ତି । ସେପଟେ ମାଁ ସମଲେଶ୍ବରୀ ମନ୍ଦିର ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ନେଇ ସୂଚନା ରଖିଛନ୍ତି ଜିଲ୍ଲାପାଳ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ କମିଶନର, ସମ୍ବଲପୁର ଏସପି, ଭିସୁଟ କୂଳପତି ପ୍ରମୁଖ ଯୋଗ ଦେଇଥିଲେ ।