ବ୍ରହ୍ମପୁର ଯିବେ ରାଷ୍ଟ୍ରପତି: ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ, ଅପରାହ୍ନରେ କଟକ ଗସ୍ତ

Published By : Prameya-News7 Bureau | March 01, 2024 IST

ଭୁବନେଶ୍ୱର ୦୧/୦୩: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତିଙ୍କ ଆଜି ତୃତୀୟ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଞ୍ଜନଗରରେ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ।

ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଅବତରଣ କରିବ । ସେଠାରୁ କଡ଼ା ସୁରକ୍ଷା ଭିତରେ ରାବିଙ୍ଗ ରୁମରେ ପହଞ୍ଚିିବା ପରେ ଶୋଭାଯାତ୍ରାରେ ସଭାସ୍ଥଳକୁ ଯିବେ ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତନ ଉତ୍ସବରେ ପ୍ରାୟ ୫୦ ମିନିଟର କାର୍ଯ୍ୟକ୍ରମ ହେବ ।

ବିଭିନ୍ନ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ମଧ୍ୟ ଦେବେ ରାଷ୍ଟ୍ରପତି । ପରେ ମଧ୍ୟାହ୍ନ ୧୨ଟା ବେଳେ ବ୍ରହ୍ମପୁରରୁ ବାହାରି ସିଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଭୁବନେଶ୍ୱରର ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣ ୩ଟା ୫୦ରେ କଟକ ଇନଡୋର ଷ୍ଟାଡିୟମ ଗସ୍ତ କରିବେ । ସେଠାରେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

you can also read....

wp:embed {"url":"https://www.prameyanews7.com/chief-minister-will-inaugurate-bermuda-bus-stand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chief-minister-will-inaugurate-bermuda-bus-stand/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.