ପାଳନ ହେବ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡିଶା ଶାଖାର ସୁବର୍ଣ୍ଣ ଜୟନ୍ତୀ, ମାର୍ଚ୍ଚ ୧ରେ ଯୋଗଦେବେ ରାଷ୍ଟ୍ରପତି

Published By : Prameya-News7 Bureau | February 24, 2024 IST

କଟକ ୨: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡିଶା ଶାଖା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଛି । ଉତ୍ସବକୁ ଉଦ୍ଘାଟନ କରିବା ଲାଗି ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ କଟକରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପାଳିତ ହେବ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟକ ବ୍ୟକ୍ତିମାନେ ଯୋଗଦେବେ ।

{"id":913167,"sizeSlug":"full","linkDestination":"none"}

ମାର୍ଚ୍ଚ ୨ ତାରିଖରେ ବ୍ରହ୍ମା କୁମାର ହରିଶ ଭାଇ ନିଜ ଦାନ୍ତରେ ବସ୍ ଟାଣିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ସନ୍ଧ୍ୟାରେ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । ମାର୍ଚ୍ଚ ୩ ତାରିଖ ଦିନ ୫୦ ଜଣ କନ୍ୟାଙ୍କର ଦିବ୍ୟ ସମର୍ପଣ ସମାରୋହ ଅନୁଷ୍ଠିତ ହେବ । ୧୯୭୩ ମସିହା ଅଗଷ୍ଟ ମାସ ୧୯ ତାରିଖ ଦିନ ଓଡ଼ିଶାରେ ପ୍ରଜାପିତା ବ୍ରହ୍ମା କୁମାରୀ ସଂଗଠନର ମୂଳଦୁଆ ପଡିଥିଲା । ଏହା ଭିତରେ ୫୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ଯାହାକୁ ଆହୁରି ସ୍ମରଣୀୟ କରିବା ଲାଗି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଯାଉଛି । ଯାହାର ମୁଖ୍ୟ ଆକର୍ଷଣ ରହିବେ ମହାମହିମ ରାଷ୍ଟ୍ରପତି ।

You Can Read :

wp:embed {"url":"https://www.prameyanews7.com/commissioners-mayors-and-departmental-officers-reviewed-at-buxibazar-chhak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/commissioners-mayors-and-departmental-officers-reviewed-at-buxibazar-chhak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.