ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

7/12/2019 at 7:22 PM

ଭୁବନେଶ୍ୱର ୦୭।୧୨ – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ୭ଟା ୨୦ ସମୟରେ ରାଷ୍ଟ୍ରପତିଙ୍କ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ ।

ବରୁଣେଇ ପାଦଦେଶରେ ପ୍ରତିଷ୍ଠା ହେବ ପାଇକ ବିଦ୍ରୋହର ସ୍ମାରକୀ ।୧୮୧୭ ରେ ଓଡ଼ିଶାର ବୀର ପାଇକ ମାନେ ଦେଶ ର ପ୍ରଥମ ସ୍ବାଧୀନତା ସଂଗ୍ରାମ ଲଢିଥିଲେ । ସେଇ ବୀରତ୍ବର ଗାଥା ଗାଇବ ସ୍ମାରକୀ ।ଓଡିଶାବାସୀ ସେ ସମୟରେ କେତେ ସ୍ବାଧୀନଚେତା ଥିଲେ ଆଉ ବ୍ରିଟିଶ ଶାସନର ଫାଶ ରୁ ମୁକୁଳିବାକୁ ନିଜ ଜୀବନକୁ ବାଜି ଲଗାଇଥିଲେ ସେହି ଇତିହାସର ପୁନଃଲିଖନ ହେବ ବରୁଣେଇ ପାହଡ଼ର ପାଦଦେଶରେ ।
ମହାନ୍‌ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ନେତ୍ବତ୍ବରେ ପାଇକ ମାନେ ମାତୃଭୂମି ପାଇଁ ପ୍ରାଣ ବଳି ଦେଇଥିଲେ ।ସେହି ବୀରତ୍ୱ ଗାଥା ସାରା ଦେଶକୁ ଦେବାକୁ ଯାଉଛି ସ୍ମୃତି ସ୍ତମ୍ଭ ।ରାଷ୍ଟ୍ରପତି ରାମନାଥ କୋବିଦ ଆସନ୍ତାକାଲି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପୁରା ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ବରୁଣେଇରେ କିଭଳି ବ୍ୟବସ୍ଥା ହୋଇଛି ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସମୀକ୍ଷା କରିଛନ୍ତି । ଆଇଜି ପର୍ସନେଲ ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଜିଲ୍ଲାପାଳ , ଏସ୍‌ପିଙ୍କ ସମେତ ବହୁ ଅଧିକାରୀ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉପରେ ତର୍ଜମା କରିଥିଲେ ।

ସେହିଭଳି ଓଡିଶାର ଶିକ୍ଷା ବ୍ୟବସ୍ଥାର ମାଇଲ ଖୁଣ୍ଟ ଉତ୍କଳ ବିଶ୍ବ ବିଦ୍ୟାଳୟର ପ୍ଲାଟିନମ୍‌ ଜବୁଲି ସମାରେ।ହ ଉତ୍ସବରେ ମଧ୍ୟ ଯେ।ଗ ଦେବେ ରାଷ୍ଟ୍ରପତି । ସେଥିପାଇଁ ସଜେଇ ହେ।ଇଛି ବାଣୀ ବିହାର ।ଯେଉଁ ବାଣୀ ବିହାର ର ଛାତ୍ର ଛାତ୍ରୀ କେବଳ ଓଡିଶା ନୁହେଁ , ସାରା ଦେଶ ତଥା ବିଶ୍ବ ରେ ନିଜର ଛାପ ଛାଡିଛନ୍ତି ସେମାନଙ୍କ ଆଲମା-ମାଟରର ହୀରକ ଜୟନ୍ତୀ ଉତ୍ସବ କୁ ଭବ୍ୟ କରିବାକୁ ଲାଗିଛନ୍ତି ସମସ୍ତେ । ସେଠାରେ ମଧ୍ୟ କିଭଳି ବ୍ୟବସ୍ଥା ହେ।ଇଛି ତାର ତଦାରଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସିପି ,ଡିସିପି ସମସ୍ତେ ବାଣୀ ବିହାର ପରିଦର୍ଶନ କରି ଆୟେ।ଜନ କୁ ଶେ​ଷ ସ୍ପର୍ଶ ଦେଇଛନ୍ତି ।

ଆଜି ସଂଧ୍ୟା ୭ ଟା୩୦ ରେ ରେ ଭୁବନେଶ୍ବରରେ ରାଷ୍ଟ୍ରପତି ପହଞ୍ଚିଥିଲେ ।ଏୟାର ପେ।ର୍ଟରୁ ରାଜଭବନକୁ ଯାଇଥିଲେ ।ଆସନ୍ତ କାଲି ସକାଳେ ଖେ।ର୍ଦ୍ଧା ବରୁଣେଇ ପାଇକ ବିଦ୍ରେ।ର ସ୍ମାରକୀ ର ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଆସିବେ ବାଣୀବିହାର ।ସେଠାରେ କାଯ୍ୟକ୍ରମ ସାରିଫେରିବେ ରାଜବଭନ । ସାଢେ ୫ ରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

   Related Posts