କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଦଳୀବାଡି ଗାଁର ଆଦିବାସୀଙ୍କୁ ଭେଟିବେ ମହାମହିମ

Published By : Prameya-News7 Bureau | February 29, 2024 IST

କେନ୍ଦୁଝର ୨୯/୦୧: କେନ୍ଦୁଝର ଜିଲ୍ଲାଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିନ ୧୦ ଟା ୨୦ ମିନିଟ୍ ସମୟରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିଥିଲେ ମହାମିହମ ।

ଏହାପରେ ସେଠାରୁ କାର୍ ଯୋଗେ ଗୋନାସିକାରେ ଠାରେ ଦିନ ୧୨ ଟାରେ ପହଞ୍ଚିବେ । ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷର ରେ ମହାମହିମ ରାଷ୍ଟ୍ରପତି ଏକ ସଭାରେ ଯୋଗ ଦେବାକୁ ଥିବା ବେଳେ, ଏହି ସଭାରେ ୫ ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯିବା ।

ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦିନ ୩ଟା ବେଳେ ରାଷ୍ଟ୍ରପତି କେନ୍ଦୁଝରରେ ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.