ବାରିପଦାରେ ରାଷ୍ଟ୍ରପତି, ସାନ୍ତାଳୀ ଲେଖକ ସଂଘ ସମ୍ମିଳନୀରେ ଯୋଗଦେଲେ

Published By : Prameya-News7 Bureau | November 20, 2023 IST

ବାରିପଦା ୨୦/୧୧: ଆଜି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜିଲ୍ଲାବାସୀଙ୍କୁ ଦେବେ ଅଧିକ ସମୟ । ରାଷ୍ଟ୍ରପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନିଜ ଘରେ ରହିବେ । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟ ସାରଣୀରେ ସାମାନ୍ୟତମ ପରିବର୍ତ୍ତନ ହୋଇଛି ।

ସୋମବାର ଦିନ ୧୧ଟାରେ ସେ ବାରିପଦାରେ ପହଞ୍ଚିିଥିଲେ । ପରେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍‌ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ । ସେହିଭଳି ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସେଭଳି କୌଣସି ପରିବର୍ତନ ହୋଇନାହିଁ ।

wp:embed {"url":"https://www.prameyanews7.com/president-droupadi-murmu-to-visit-odishas-mayurbhanj-dist/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-droupadi-murmu-to-visit-odishas-mayurbhanj-dist/
/wp:embed

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ଜିଲ୍ଲା ପ୍ରଶାସନ ଯୁଦ୍ଧକାଳିନ ଭିତିରେ ସମସ୍ତ ପ୍ରସ୍ତୁତି କରିଛି । ଜିଲ୍ଲାପଳ ନିଜେ ସହିଦ ସ୍ମୃତିଭବନ ସହିତ ପୋଲିସ ଲାଇନ ହେଲିପ୍ୟାଡର ସମୀକ୍ଷା କରିଛନ୍ତି । ତେବେ କହିବାକୁ ଗଲେ ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ନିଜ ମାଟିକୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ନିଜ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ପଡୋଶୀ ଲୋକଙ୍କ ସହ କଥା ହେବେ, ଆତ୍ମୀୟ ସ୍ୱଜନଙ୍କୁ ଭେଟିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.