ପାଟନାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ବିହାର ବିଧାନସଭାର ଶତାବ୍ଦୀ ସମାରୋହରେ ହେବେ ସାମିଲ

Published By : Prameya-News7 Bureau | October 20, 2021 IST

ପାଟନା ୨୦/୧୦ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଟ୍‌ନାରେ ପହଞ୍ଚିଛନ୍ତି। ବିହାର ବିଧାନସଭାର ୧୦୦ ବର୍ଷ ପୁର୍ତ୍ତି ଉତ୍ସବରେ ଯୋଗ ଦେବା ପାଇଁ ସେ ବିହାର ଯାଇଛନ୍ତି। ପାଟ୍‌ନା ରାଜ୍ୟପାଳ ଫଗୁ ଚୌହାନ, ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବ୍ୟତିତ ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ ସିହ୍ନା, ଡେପୁଟି ସିଏମ ରେଣୁ ଦେବୀ, ତାରା କିଶୋର ପ୍ରସାଦଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ଓ ବିରୋଧୀଦଳ ନେତା ମଧ୍ୟ ଉପସ୍ଥିତ ଥିଲେ। ବିହାରରେ ପହଞ୍ଚିବା ପରେ ଷ୍ଟେଟ୍ ଅଫ ହଙ୍ଗର୍ରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ସେଠାରେ ଅନ୍ୟ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

{"id":530233,"sizeSlug":"full","linkDestination":"none"}

ସଂଧ୍ୟାରେ ରାଜଭବନରେ ହାଏ -ଟି କାର୍ଯ୍ୟକ୍ରମ
ରାଷ୍ଟ୍ରପତି ବିହାର ରାଜଭବନରେ ରହିବେ। ସଂଧ୍ୟାରେ ସେଠାରେ ହାଏ -ଟି କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ବିହାର ହାଇକୋର୍ଟର ବିଚାରପତିମାନଙ୍କ ସହିତ ରାଷ୍ଟ୍ରପତି ଯୋଗ ଦେବେ। ଅକ୍ଟୋବର ୨୧ ତାରିଖ, ଗୁରୁବାର ଦିନ ବିହାର ବିଧାନସଭା ଭବନର ଶତବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତାପରେ ବିଧାନସଭା ପରିସରରେ ରାଷ୍ଟ୍ରପତିଙ୍କର ବୃକ୍ଷ ରୋପଣ ସହ ଶତବାର୍ଷିକ ଉପଲକ୍ଷେ ଏକ ସ୍ମୃତି ସ୍ତମ୍ଭ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ବିଧାନସଭା ଅଧ୍ୟକ୍ଷଙ୍କ ଘରେ ରାତ୍ରି ଭୋଜନର ଆୟୋଜନ କରାଯାଇଛି। କୋବିନ୍ଦ ଏଥିରେ ସାମିଲ ହେବା ସହ ସୁକବର ଦିନ ପାଟନା ଭ୍ରମଣ କରିବେ। ସେଠାରେ ସେ ମହାବୀର ମନ୍ଦିର, ବୁଦ୍ଧ ସ୍ମୃତି ପାର୍କ ସହ ପାଟନା ସହରରେ ଥିବା ଗୁରୁଦ୍ୱାରା ପରିଦର୍ଶନ କରିବେ। ଏହି ସମୟରେ ସର୍ବ ସାଧାରଣଙ୍କର ଯାତାୟତ ବନ୍ଦ ରହିବ। ଶେଷରେ ଦିନ ୧୧ଟା ସମୟରେ ସେ ପାଟନାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.