ଓଡିଶାର ଶିକ୍ଷା ବିକାଶରେ ଉତ୍କଳ ବିଶ୍ବବିଦ୍ୟାଳୟର ଅବଦାନ ମହାନ୍ : ରାଷ୍ଟ୍ରପତି

Published By : Prameya-News7 Bureau | December 08, 2019 IST

ଭୁବନେଶ୍ବର ୮।୧୨: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ବରୁଣେଇରେ ପାଇକ ସ୍ମାରକୀ ଉତ୍ସବ ଉଦଘାଟନ ପରେ ବାଣୀବିହାର କ୍ୟାମ୍ପସରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଣୀବିହାର ବିଶ୍ବ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ଯୋଗଦେଇ ସ୍ବତନ୍ତ୍ର ସ୍ମରଣିକା ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି । 

{"id":195260,"sizeSlug":"large"}

ଓଡିଶାର ଶିକ୍ଷା ବିକାଶରେ ଉତ୍କଳ ବିଶ୍ବବିଦ୍ୟାଳୟର ଅବଦାନକୁ ମହାନ ବୋଲି ଆଖ୍ୟା ଦେଇଥିଲେ ରାଷ୍ଟ୍ରପତି। ଏଥିସହିତ ବିଶ୍ବ ବିଦ୍ୟାଳୟର ବିକାଶ ପାଇଁ ଏକ ପାଣ୍ଠି ଗଠନ କରିବା ଲାଗି ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ରାଷ୍ଟ୍ରପତି । ବାଣୀବିହାରକୁ ଆସିବାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହେଉଛନ୍ତି ଚତୁର୍ଥ ରାଷ୍ଟ୍ରପତି।

{"id":195259,"sizeSlug":"large"}

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ  ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.