କ୍ରିସ୍‌ମାସ୍‌ ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁ ଅଗ୍ରୀମ କ୍ରିସ୍‌ମାସ୍‌ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବଡଦିନ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ଉତ୍ସବ ଅବସରରେ ସମଗ୍ର ବିଶ୍ୱଲାଗି ଶାନ୍ତି କାମନା କରିବା ସହ ମନୁଷ୍ୟ ମଧ୍ୟରେ ସମନ୍ୱୟର ଭାବ ଜାଗ୍ରତ ହେଉ ବୋଲି ଆଶାପୋଷଣ କରିଛନ୍ତି। କ୍ରିସମାସରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା। ସାରା ଦେଶରେ ତାଙ୍କ ଜନ୍ମୋତ୍ସବକୁ ଲୋକେ ହର୍ଷ ଓ ଉଲ୍ଲାସର ସହ ପାଳନ କରନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତିଯେ ବଡ଼ଦିନ ପର୍ବ ସହ ବିଶ୍ୱରେ ଶାନ୍ତିର ପ୍ରସାର ହେବ ବୋଲି ଆଶା କରୁଛି। ଏଣୁ ଦେଶବାସୀଙ୍କୁ ଯିଶୁଙ୍କ ପ୍ରେମ, କରୁଣା ଓ ମାନବତା ଲାଗି ଦେଇଯାଇଥିବା ବାର୍ତ୍ତାକୁ ଆତ୍ମସାତ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ଦ୍ୱାରା ରାଷ୍ଟ୍ର ଓ ସମାଜ ପ୍ରତି ଅନୁରକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଏହି ଉତ୍ସବ ଲୋକଙ୍କ ମଧ୍ୟରେ ଦୟା ଓ କରୁଣାରେ ଭରିଦିଏ। ଏଣୁ ବଡଦିନରେ ମନ ବଡ କରିବାକୁ ରାଷ୍ଟ୍ରପତି ପ୍ରତିଟି ଦେଶବାସୀଙ୍କୁ କହିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କ ସମେତ ବିଶେଷ କରି ଇସାୟୀ ସମୂଦାୟଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.