୮ ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | September 02, 2018 IST

ଦିଲ୍ଲୀ ୨/୯(ବ୍ୟୁରୋ) : ଆଜିଠାରୁ ୮ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଏହି ୮ ଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ବୁଲଗେରିଆ, ସାଇପ୍ରସ ଏବଂ ଚେକ ଗଣରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି | ରାଷ୍ଟ୍ରପତି କୋବିନ୍ଦଙ୍କ ସହିତ ତାଙ୍କ ପତ୍ନୀ, ୨ ଜଣ ଏମପି ଓ ଅନ୍ୟ ଅଫିସର ଅଛନ୍ତି | ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ ଗସ୍ତ କରିବେ ରାଷ୍ଟ୍ରପତି | ସେଠାରେ ସେ ପ୍ରତିପକ୍ଷଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ | ଏହା ସହିତ ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ଗୁରୁଦିବସ ଅବସରରେ ପ୍ରତିନିଧିଙ୍କୁ ଉଦବୋଧନ ଦେବେ | ସାଇପ୍ରସ ପରେ ୪ ତାରିଖରୁ ବୁଲଗେରିଆ ଗସ୍ତରେ ଯିବେ ରାଷ୍ଟ୍ରପତି | ସେଠାରେ ବୁଲଗେରିଆ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଆଲୋଚନା କରିବେ | ସେଠାରେ ସୋଫିଆ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.